ଗୁଣିଗାରେଡ଼ି ସନ୍ଦେହ : ଗଛରେ ବାନ୍ଧି ବାଡେଇ ବାଡେଇ ମାରିଦେଲେ

0

 

ଯୋଡ଼ାରୁ ସମୀର ନନ୍ଦ  :  ବାମେବାରୀ ଥାନା ଅନ୍ତର୍ଗତ ପିଢ଼ପୋଖରୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ ଆସିଛି। ଗାଁରେ ୪ଜଣ ଯୁବକ ସୁଦାମ ମୁଣ୍ଡାଙ୍କୁ ଗତ ୬ତାରିଖରେ ହତ୍ୟା କରିବା ପରେ ଏକ ଗାତରେ ଫିଙ୍ଗିଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୁକ୍ତ ଟୁଟୁ ମୁଣ୍ଡାଙ୍କ ମାଙ୍କ ମୃତ୍ୟୁପରେ ଗାଁର ସୁଦାମ ମୁଣ୍ଡାକୁ ଗୁଣିଗାରାଡ଼ି ହତ୍ୟା କରିଥିବା କହି ସୁଦାମକୁ ଏକ ପଣସ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଯେଉଁଥିରେ ଘଟଣାସ୍ଥଳରେ ସୁଦାମଙ୍କ ମୃତ୍ୟୁ ହୋଇଥିଲା।

ଏହା ପରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମନ ଶାନ୍ତ ହୋଇନଥିଲା ସେ ତାଙ୍କ ମୃତ ଶରୀରକୁ ଗାତରେ ଫିଙ୍ଗି ଦେଇଥିଲେ। ଏନେଇ ସୁଦାମଙ୍କ ଭାଇ ଯୋଗେନ୍ଦ୍ର ପୁଲିସ ନିକଟରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ଟୁଟୁ ମୁଣ୍ଡା , ସେଣ୍ଡ ମୁଣ୍ଡା ଏବଂ ମିଶ୍ର ମୁଣ୍ଡାଙ୍କୁ ପୋଲିସ ଅଟକରଖି ପଚରାଉଚରା କରୁଛି।

Leave A Reply

Your email address will not be published.