ବାଇପାସ୍‌ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ

0

 

 ବଲାଙ୍ଗିର/ନିରୋଜ ମିଶ୍ର : ଗତକାଲି ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଲକ୍ଷ୍ମୀଜୋର ନିକଟରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି  ଉତ୍ତ୍ୟକ୍ତ ଲୋକେ ଶବକୁ ରାସ୍ତା ଉପରେ ରଖି ୪ ଘଣ୍ଟା ରାସ୍ତାରୋକ କରିଥିବା ବେଳେ ।ଆଜି ଓ କାଲି ବଲାଙ୍ଗିର ସହର ବନ୍ଦ। ବାଇପାସ୍‌ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୨ ଦିନିଆ ବଲାଙ୍ଗିର ସହର ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି।

ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛି। ପୂର୍ବରୁ କଂଗ୍ରେସ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଥିଲା। ଏହା ପରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସକାଳୁ ନଗର କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ଅନ୍ୟପକ୍ଷେ ଏ.ବି.ଭି.ପି ତରଫରୁ ପିକେଟିଂ କରାଯାଇ ସହରର ସମସ୍ତ ସ୍କୁଲ, କଲେଜ ଗୁଡ଼ିକୁ ବନ୍ଦ କରାଯାଇଛି।

ବାରମ୍ବାର ଦୁର୍ଘଟଣାରେ ଅକାଳରେ ଲୋକଙ୍କ ଜୀବନ ଯିବା ପରେ ବଲାଙ୍ଗୀରରେ ଜୋର ଧରିଛି ବାଇପାସ ନିର୍ମାଣ ଦାବି । ଗତକାଲି ଏକ ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁ ପରେ ଉତ୍ୟକ୍ତ ଲୋକମାନେ ବାଇପାସ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିବା ସହ ବାଇପାସ ନିର୍ମାଣ ଦାବି କରିଛନ୍ତି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି ।  ଆଜି ସକାଳୁ ସହରର ସମସ୍ତ ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ସହ ଗାଡି ଚଳାଚଳ ବନ୍ଦ ରହିଛି । ଏହି ବନ୍ଦକୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଏବଂ ବଣିକ ସଂଘ ମଧ୍ୟ ସମର୍ଥନ କରିଛନ୍ତି । ବଲାଙ୍ଗୀର ସହରରେ ବାଇପାସ୍‌ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଉଛି । ଏଥିପାଇଁ ଦୀର୍ଘ ବର୍ଷ ଧରି ବାଇପାସ ନିର୍ମାଣ କରିବାକୁ ଦାବି ହୋଇ ଆସୁଛି । ମାତ୍ର ରାଜ୍ୟ ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଉ ନାହାଁନ୍ତି । ଫଳରେ ଗତ ୫ ଦିନ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ଯାହାକୁ ନେଇ ଆଜି ଆନ୍ଦୋଳନ ତୀବ୍ର ରୂପ ନେଇଛି । କେବଳ ବଲାଙ୍ଗୀର ସହରରେ ନୁହେଁ ନିକଟବର୍ତ୍ତୀ ଅନେକ ସ୍ଥାନରେ ମଧ୍ୟ ବାଇପାସ ନିର୍ମାଣ ଦାବି କରି ଏହି ଆନ୍ଦୋଳନରେ ଶତାଧୀକ ଲୋକେ ସାମିଲ ହୋଇଛନ୍ତି । ବାଇପାସ ନ ଥିବାର ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଆଜି ବନ୍ଦ ଡାକରା ଦିଆଯାଇଛି । ଦୁଇଦିନିଆ ବନ୍ଦକୁ କଂଗ୍ରେସ ଓ ବିଜେପି ଦଳ ମଧ୍ୟ ସମର୍ଥନ କରିଛନ୍ତି । ମିଳିତ କ୍ରିୟାନୁଷ୍ଠାନ କମିଟି ଦୁଇଦିନିଆ ବନ୍ଦରେ ସାମିଲ ହେବାକୁ ସମସ୍ତ ସଂଗଠନକୁ ଆହ୍ୱାନ କରିଛି ।

 

 

Leave A Reply

Your email address will not be published.