ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନରେ ସେ ଇଂରାଜୀ ଅନୁବାଦ “ଏ ସ୍ଲାଇସ୍ ଅଫ୍ ନାଇଟ୍” ୬ଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ୍ରେ ଉନ୍ମୋଚିତ ହୋଇଯାଇଛି। ଡ. ପଣ୍ଡାଙ୍କ ଓଡ଼ିଆ କବିତାର ଅନୁବାଦିତ ପୁସ୍ତକକୁ ପ୍ରଖ୍ୟାତ ଇଂରାଜୀ ଓ ବଙ୍ଗଳା ଲେଖକ କୁନାଳ ବସୁ ଉନ୍ମୋଚନ କରିଥିଲେ। ଏଥିରେ ଥିବା କବିତାଗୁଡ଼ିକୁ ଇଂରାଜୀରେ ଅନୁବାଦ କରିଛନ୍ତି ବିଶିଷ୍ଟ କବି ମନୁଆ ଦାସ ଓ ଧଉଳି ବୁକ୍ସ ପକ୍ଷରୁ ଏହା ପ୍ରକାଶ ପାଇଛି। ଏହା ଡ. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ କବିତା ସଂକଳନ। ପୂର୍ବରୁ “ଗ୍ରାଣ୍ଡ୍ମା ଆଣ୍ଡ ଅଦର ପୋଏମ୍ସ” ନାମରେ ତାଙ୍କର ଏକ ଇଂରାଜୀ କବିତା ସଂକଳନ ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ’ ଦ୍ୱାରା ପ୍ରକାଶ ପାଇଥିଲା।
କବିତା, ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଲେଖୁଥିବା ଡ. ଗାୟତ୍ରୀବାଳା ପଣ୍ଡା ଦୀର୍ଘ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ସାରସ୍ୱତ ସାଧନା କରି ଆସୁଛନ୍ତି। ଏଯାବତ୍ ତାଙ୍କର ୧୮ଟି କବିତା, ସଂକଳନ, ୨ଟି ଗଳ୍ପ ସଂକଳନ, ୪ଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇ ବହୁ ପାଠକୀୟ ଆଦୃତି ଲାଭ କରିଛି। କବିତା ସଂକଳନ “ଗାଁ” ପାଇଁ ସେ ୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହ ‘ରାଜ୍ୟ ଯୁବ ପୁରସ୍କାର’, ‘ଉତ୍କଳ ସାହିତ୍ୟ ସମାଜ ଯୁବ ପୁରସ୍କାର’, ‘ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର’, ‘ଫକୀର ମୋହନ ସାହିତ୍ୟ ପରିଷଦ ପୁରସ୍କାର’, ‘କାଦମ୍ବିନୀ କବିତା ସମ୍ମାନ’, ‘ଶାରଳା କାବ୍ୟ ସମ୍ମାନ’ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ‘ଟାଇମ୍ସ ପାୱାର ୱିମେନ୍-୨୦୨୧’ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ପ୍ରଥମ ଓଡ଼ିଆ ଲେଖକ ଭାବେ ୨୦୧୫ରେ ସେ ରାଷ୍ଟ୍ରପତି ଭବନରେ “ଅତିଥି ଲେଖକ” ଭାବରେ ୧୭ ଦିନ ଅବସ୍ଥାନର ସୁଯୋଗ ପାଇଥିଲେ। ଦୈନିକ ଖବରକାଗଜ “ଇଣ୍ଡିଆନ୍ ଏକ୍ସପ୍ରେସ୍”ର ଆଇ ମାଗାଜିନ୍ରେ ୨୦୨୧ରେ ଦେଶର ଶ୍ରେଷ୍ଠ ୧୦ ଜଣ ଯୁବ ଲେଖକଙ୍କ ମଧ୍ୟରେ ଡ. ପଣ୍ଡାଙ୍କ ନାମ ସ୍ଥାନିତ ହୋଇଛି। ଭାରତର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ଅନେକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ତାଙ୍କର କବିତା ଓ ଗପ ବଭିନ୍ନ ଭାରତୀୟ ଭାଷାରେ ଅନୂଦିତ ଓ ପ୍ରକାଶିତ ହୋଇଛି। ବର୍ତମାନ ଡ. ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରାଚୀନ ମୁଖ୍ୟ ଦାୟିତ୍ୱରେ ଅବସ୍ଥାପିତ।
Sign in
Sign in
Recover your password.
A password will be e-mailed to you.