ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ସ୍ତରୀୟ ଯୁବ ପ୍ରତିବେଶୀ ସଂସଦୀୟ କାର୍ଯ୍ୟକ୍ରମ ରାୟଗଡ ଠାରେ ଥିବା ରେଲୱେ ଅଭିନନ୍ଦନ ସଭାଗୃହରେ ଆଜି ଭାରତ ସରକାରଙ୍କ ଯୁବ ବେପାର ଏବଂ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ନେହୁରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସ୍ତରୀୟ ଯୁବ ପ୍ରତିବେଶୀ ସଂସଦୀୟ କାର୍ଯ୍ୟକ୍ରମ ସଫଳତା ସହ ଆୟୋଜିତ ହୋଇଯାଇଛି । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଏ.ପି.ଏ ଦ୍ୱିତୀୟ ବଞ୍ଚୁର ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅଥିମାନଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କଲାପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବୃନ୍ଦ ଯୁବ ମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ତୈଳ ଚିତ୍ର ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ । ପ୍ରାରମ୍ୱରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଜିଲ୍ଲା ଅଧିକାରୀ ଭୁକିଆ ରମେଶ ଅଧ୍ୟକତା ଏବଂ ଏ.ପି.ଏ ଶ୍ରୀ ଦ୍ୱିତୀୟ ବଞ୍ଚୁରଙ୍କ ସଂଯୋଜିତ ଉକ୍ତ ସମ୍ମିଳନୀରେ ଅତିରିକ୍ତି ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଉଦୟ ନାୟକ, ଏନ୍.ସି.ସି ଅଫିସର ରାୟଗଡ ଅଟୋନମୋସ କଲେଜ, ରାୟଗଡ, ସମ୍ମାନୀୟ ଅତିଥି ଶ୍ରୀ କାମାକ୍ଷି ପ୍ରସାଦ ପାଢୀ, ଶ୍ରୀ ନୀରାକାର ପାଢୀ, ଲିଗାଲ ଅଫିସର, ଡି.ସି.ପି.ଉ ୟୁନିଟ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଡି.ଆଇ.ପି.ଆର୍.ଓ, ରାୟଗଡ ଶ୍ରୀ ଗୌରାଙ୍ଗ ଚରଣ ରାଉତ, ଏନଭରମେଣ୍ଟ¸ଆଲଲିଷ୍ଟ ଏବଂ ଏମିନେଣ୍ଟ ଲିଟେରାଲି, ମୁକ୍ୟ ବକ୍ତା ଭାବେ ଡଃ. ଅର୍ଚ୍ଚନା ପଟ୍ଟନାୟକ, ଜିଲ୍ଲା ପ୍ରୋଗ୍ରାମ ଅଫିସର, ଏନ୍.ଏସ୍.ଏସ୍. ଏବଂ ମହିଳା ବିଦ୍ୟାଳୟର ଅଧ୍ୟକ୍ଷ, ଯୋଗଦେଇ ଦକ୍ଷତା ବୃଦ୍ଧି ଯୁବ ସଂଶକ୍ତି କରଣ ଆତ୍ମ ନିର୍ଭର ଭାରତ ମହିଳା, ଶିଶୁ, ବୃଦ୍ଧ ଓ ପଛୁଆ ବର୍ଗ ୱାଟର ଓ ସାନିଟେସନ ନ୍ୟୁ ଏଜୁକେସନ ପଲିସି, ବିଜ୍ଞାନ କାରୀଗରି, ଉଦ୍ୟୋଗ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବିଭିନ୍ନ ୟୁଥ୍ କ୍ଲବ ସଦସ୍ୟ ବୃନ୍ଦ, ମହିଳା କଲେଜ ଛାତ୍ରଛାତ୍ରୀ, ରାୟଗଡ କଲେଜର ଛାତ୍ରଛାତ୍ରୀ, ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ରୁ ଉର୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ଲକ୍ଷ୍ମୀ ନାରାଣ ଚେଟୀ, ସୁରେଶ ହିମିରିକା ଏବଂ ଧନନଜୟ କୌଶଲ୍ୟା ସହାୟତା କରିଥିଲେ । ଶେଷରେ ସଂଶଦୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post