ସମ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ “ସିକ୍ସ ସିଗମା ହେଲଥ କେୟାର ଏକ୍ସିଲେନ୍ସ’ ସମ୍ମାନ

0

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି।
ସେହିପରି “ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର’ ଭାବେ ସମମ୍ର ଚିଫ ଏକ୍ଜିକ୍ୟୁଟିଭ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ସମୟରେ ଶହ ଶହ ରୋଗୀଙ୍କୁ ଉନ୍ନତ ମାନର ଓ ଉତମ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ କୋଭିଡ ହସ୍ପିଟାଲକୁ “ବେଷ୍ଟ କୋଭିଡ ହସ୍ପିଟାଲ ଅଫ ଦି ଇଅର’ ଭାବେ ପୁରସ୍କୃତ କରାଯାଇଛି।
ନୂଆଦିଲ୍ଲୀ ଠାରେ ଆୟୋଜିତ ସିକ୍ସ ସିଗମା ହେଲଥ କେୟାର ଏକ୍ସିଲେନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡ. ଦାଶ। ଏହି ଅବସରରେ ଏନଏବିଏଚର ସିଇଓ ଶ୍ରୀ ଅତୁଲ କୋଚର ମଧ୍ୟ ଉପସ୍ଥିତ ଥିଲେ।
ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓସକାର ପୁରସ୍କାର ଭାବେ ମନେ କରାଯାଉଥିବା ଏହି ପୁରସ୍କାର ସମମ୍ କୁ ଉପସ୍ଥାପିତ କରିଛି।
ସୋଆ ପରିଚାଳିତ ସମମ୍ ଏକ ୩୭୫ ଶଯ୍ୟା ଏବଂ ଆଇସିୟୁ ବିଶିଷ୍ଟ ଏକ ମଲ୍ଟିସ୍ପେଶିଆଲିଟି ଟର୍ସିଆରି ଆଣ୍ଡ କ୍ୱାଟର୍ନାରି କେୟାର ହସ୍ପିଟାଲ। ଏଠାରେ ୩୦ଟି ସ୍ପେଶିଆଲିଟି ସହିତ ୧୪ଟି ମୋଡୁଲାର ଅପରେସନ ଥିଏଟର ରହିଛି। ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ଏଠାରେ ଖ୍ୟାତି ସମ୍ପନ୍ନ ଡାକ୍ତର ଏବଂ ଉଚ୍ଚମାନର ଡାକ୍ତରୀ ସରଞ୍ଜାମ ଉପଲବ୍ଧ।
ହସ୍ପଟାଲଟି ଏନଏବିଏଚ, ଏନଏବିଏଲ ଏବଂ ଏଚସିସିପି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ସୁଲଭ ମୂଲ୍ୟରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ।

Leave A Reply

Your email address will not be published.