“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ “ବିଶ୍ଵ ପଖାଳ ଦିବସ” ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଗ୍ରାମ ଠାରେ “ବିଶ୍ଵ ପଖାଳ ଦିବସ” ପାଳିତ ହୋଇଯାଇଛି।
ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅତିଥି ରୂପେ ଜିଲ୍ଲା ଚାଇଲଡ଼ ଲାଇନ ସଂଯୋଜକ ଶ୍ରୀଯୁକ୍ତ ନାଗେଶ୍ୱର ଚୌଧୁରୀ , ଶ୍ରୀଯୁକ୍ତ ଇଶାନ ଚାନ୍ଦ ଓଁକାର , ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତି ଅଳକା ସାହୁ ଯୋଗଦେଇ ପଖାଳ ଦିବସର ମହତ୍ତ୍ୱ ବିଷୟରେ ବୁଝାଇଥିଲେ।
ଏହି ଅବସରରେ ପଖାଳ ଦିବସର ବିଶେଷତ୍ୱ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ସୌମ୍ୟା ମିଶ୍ର , ଲିପ୍ସାରାଣୀ ଓଁକାର ଓ ରାଜଶେଖର ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଦହି ପଖାଳ , ମାଛ ଭଜା , ଚିଙ୍ଗୁଡ଼ି ଘାଣ୍ଟ , ଶାଗ ଭଜା , କଲରା ଭଜା , ବଡ଼ିଚୁରା , କାକୁଡି ସାଲାଟ , ମିଠା ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରି ୨୫ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରାଯାଇ ଓଡ଼ିଆ ପଖାଳ ସହିତ ଓ ପାରମ୍ପରିକ ବ୍ୟଞ୍ଜନ ପରିବେଷଣ କରି ଖାଇବାକୁ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦିକା ଶ୍ରୀମତି ମିନା କୁମାରୀ ଟହଲ , ଉପଦେଷ୍ଟା ଡ଼. କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ମାନେ ଶ୍ରୀମତି ମଞ୍ଜୁଳା ଚୌଧୁରୀ , ଶ୍ରୀମତୀ ଶାକଲ୍ୟ ବେବର୍ତ୍ତା, ଶ୍ରୀମତୀ ମମତା ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.