ଆଇସିଏଆଇ ପକ୍ଷରୁ “ବ୍ୟାଙ୍କ ଅଡ଼ିଟ୍ – ୨୦୨୨” ଶିର୍ଷକ ଆଲୋଚନା ଚକ୍ର

0

ନବନିର୍ବାଚିତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଦି ଇନଷ୍ଟିଟ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଂଟାଂଟସ୍ ଅଫ ଇଣ୍ଡିଆର ପୂର୍ବ ଭାରତ ଆଂଚଳିକ ପରିଷଦ (ଇଆଇଆରସି) ଅନ୍ତର୍ଗତ ଭୁବନେଶ୍ୱର ଶାଖା ପକ୍ଷରୁ “ବ୍ୟାଙ୍କ ଅଡ଼ିଟ୍ -୨୦୨୨” ଶିର୍ଷକ ଏକ ଆଲୋଚନା ଚକ୍ର ଏବଂ ନବନିର୍ବାଚିତ ପ୍ରେସିଡ଼େଂଟ୍, କେନ୍ଦ୍ରୀୟ ପରିଷଦ ସଭ୍ୟ, ପଦାଧିକାରୀ ଓ ମ୍ୟାନେଜିଙ୍ଗ କମିଟି ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇସିଏଆଇ ସଭାପତି ସିଏ ଡ଼. ଦେବାଶିଷ ମିତ୍ର ଏହି କାର୍ଯ୍ୟକ୍ରମଟିକୁ କେନ୍ଦ୍ରୀୟ ପରିଷଦ ସଭ୍ୟ ସିଏ ସୁଶିଲ କୁମାର ଗୋଏଲ, ଇଆଇଆରସି ଅଧ୍ୟକ୍ଷ ସିଏ ରବି ପାଟୱା, ଏହାର ଉପାଧ୍ୟକ୍ଷ ସିଏ ଦେବାୟନ ପାତ୍ର, ସେକ୍ରେଟାରୀ ସିଏ ସଞ୍ଜିବ ସାଂଘି, କୋଷାଧ୍ୟକ୍ଷ ସିଏ ବିଷ୍ଣୁ କୁମାର ତୁଲସ୍ୟାନ, ଇଆଇଆରସି ସଭ୍ୟ ସିଏ ମୟୁର ଅଗ୍ରୱାଲ , ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସିଏ ରଞ୍ଜନ କୁମାର ପୃଷ୍ଟି, ସେକ୍ରେଟାରୀ ସିଏ ଗଗନ ବିହାରୀ ଦାସ୍ ପ୍ରମୂଖଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।
ବୈଷୟିକ ଅଧିବେଶନରେ ଦିଲ୍ଲୀର ଖ୍ୟାତନାମା ସିଏ ବିବେକ ଖୁରାନା ଇନ୍କମ୍ ରେକୋଗନେସନ୍, ଆସେଟ୍ସ କ୍ଳାସିଫିକେସନ୍ (ଆଇଆରଏସି)ର ନିୟମ, ଋଣ ଏବଂ ଅଗ୍ରୀମ ଦେୟ, କୃଷି ଋଣ ଇତ୍ୟାଦି ଉପରେ ତାଙ୍କର ମୂଲ୍ୟବାନ ଭାଷଣ ଦେଇଥିଲେ। ସିଏ ମହେନ୍ଦ୍ର କୁମାର ଅଗ୍ରୱାଲ ଏଲ୍ଏଫ୍ଏଆର ଉପରେ ତାଙ୍କର ମତବ୍ୟକ୍ତ କରିଥିଲେ। ସିଏ ସଂଜିବ ସାଂଘି, ସେକ୍ରେଟାରୀ ବ୍ୟାଙ୍କ ଅଡ଼ିଟ୍ ପାଇଁ ପ୍ରମୂଖ ଉପଯୁକ୍ତ ପଦ୍ଧତି ଉପରେ ତାଙ୍କର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଉଦ୍ଧ୍ୱର୍ ସିଏ ଏବଂ ବିଭିନ୍ନ ବ୍ୟାଙ୍କର ଷ୍ଟାଫ୍ ଯୋଗଦେଇଥିଲେ।

ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ସିଏ ସ୍ୱାଶତ ତ୍ରିପାଠୀ, ଛାତ୍ରସଂଘ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ମେନେଜମେଂଟ୍ କମିଟିର ସିଏ ଜାହ୍ନବୀ ଦେଓ, ଗୌତମ ଲେଙ୍କା ପ୍ରମୂଖ ସଭ୍ୟ ଓ ସଭ୍ୟାଙ୍କ ସୁପରିଚାଳନାରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଫଳପ୍ରଦ ହୋଇଥିଲା।

Leave A Reply

Your email address will not be published.