ବରଗଡ଼:ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨| ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଓଡ଼ିଶା ପ୍ରଭାରି ବି.କେ. ହରିପ୍ରସାଦ,ମୁଖ୍ୟ ବକ୍ତା ଭାବରେ ଧରିତ୍ରୀ ସମ୍ପାଦକ ତଥା ଢେଙ୍କାନାଳ ର ପୂର୍ବତନ ସାଂସଦ ତଥାଗତ ଶତପଥୀ,ଓଡ଼ିଶା ସ୍ୱରାଜ ସମ୍ମାନର ଆବାହକ ସୁଧାଂଶୁ ଶେଖର ଦେଓ ଏବଂ ଯୁବ ସମାଜସେବୀ ସିଦ୍ଧାର୍ଥ ଶଙ୍କର ଦାସ ଉପସ୍ଥିତ ଥିଲେ | ଏଠାରେ ସୂଚନାଯୋଗ୍ୟ ଯେ ଦୀପା ବାରିକ ଏକ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଓ ଅଧୁଷିତ ଟେମରି ଗ୍ରାମରୁ ହେଇଥିଲେ ମଧ୍ୟ ବରଗଡ଼ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ସମସ୍ୟା ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରି ଏ ପର୍ଯ୍ୟନ୍ତ ୫ ହଜାର ସମସ୍ୟାର ସମାଧାନ କରିସାରିଛନ୍ତି | ଯେଉଁଥିପାଇଁ ସେ ବର୍ତ୍ତମାନ ରାଜ୍ୟର ଏକ ଚର୍ଚ୍ଚିତ ଯୁବ ଚେହେରା ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଦୀପାଙ୍କ ଏହି ସଫଳତା ପାଇଁ ବରଗଡ଼ ଅଞ୍ଚଳବାସୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି |
Sign in
Sign in
Recover your password.
A password will be e-mailed to you.