ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଉଁରୀଆ ପଞ୍ଚାୟତ ରାମକାପୁର ଠାରେ ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଘଠନ ଓ ମା ରାଧାଦେବୀ ଦତ୍ତ ନ୍ୟାସ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆମ ମାହାଙ୍ଗା ଅଧକ୍ଷ ଅମରେନ୍ଦ୍ର ମହାନ୍ତି, ପ୍ରଫେସର ଦେବୀ ପ୍ରସାଦ ଦାଶ, ଆଇନଜିବୀ ରାମ ରାୟ, ଭାରତ ସରକାରଙ୍କ ବରିଷ୍ଟ ପ୍ରଶାସନିକ ଅଧିକାରୀ ଚନ୍ଦ୍ର ପ୍ରଭା ମହାନ୍ତି, ଆଇନଜିବୀ ସତ୍ୟ ନାରାୟଣ ଦାଶ,ସାମ୍ବାଦିକ ଉମାକାନ୍ତ ଜେନା, ପ୍ରଫେସର ଡ଼କ୍ଟର ମହେନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ସୈନିକ ଭାରତ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କରିବା ସହ ଯେଉଁମାନେ ରକ୍ତ ଦାନ କରୁଥିଲେ ସେମାନଙ୍କୁ ଏକ ଚାରା ପ୍ରଦାନ କରି ସମର୍ଦ୍ଧିତ କରିଥିଲେ ¡ ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗୃହୀତ କରାଯାଇଛି । ଏହି ଅବସରରେ ବହୁ ସ୍ବେଛାସେବୀ ରକ୍ତଦାନ କରିବା ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ! ଏଥି ସହ ସାହା ଅନୁଷ୍ଠାନ, କଟକ ସେଣ୍ଟ୍ରାଲ ରେଡକ୍ରସ୍ ଅଭିଜ୍ଞ ଡାକ୍ତର, ସ୍ୱାଇଁ ହସ୍ପିଟାଲର କର୍ମକର୍ତା ମାନେ ସହଯୋଗ କରିବା ସହ ରକ୍ତ ସଂଗ୍ରହ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post