ବିଶ୍ୱ ଦରବାରରେ ଶ୍ରେଷ୍ଠ ବ୍ୟଞ୍ଜନ “ପଖାଳ ଭାତ”

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଙ୍ଗଠନ “ପ୍ରଗତି” ଓ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ “ବିଶ୍ବ ପଖାଳ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି।

https://youtu.be/87KPg39-fxk

ମହିଳା ସଙ୍ଗଠନର ସଭାନେତ୍ରୀ ସୁଶ୍ରୀ ଡି.ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲୋକନାଥ ପଣ୍ଡା ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷୟିତ୍ରୀ , (ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ) କଳ୍ପନା ପଟ୍ଟନାୟକ , ସ୍ଵତନ୍ତ୍ର ଅତିଥି ଭାବେ ନେହୁରୁଯୁବ କେନ୍ଦ୍ରର ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁଶ୍ରୀ ଶ୍ୱେତା ପଟ୍ଟନାୟକ , ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମଞ୍ଚାସୀନ ରହି ପଖାଳର ମହତ୍ତ୍ୱ , ରୁଚି , ଆବଶ୍ୟକତା ଏବଂ ସୁଲଭ ସ୍ୱାସ୍ଥ୍ୟ ଉପଯୋଗୀତା ତଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ପଖାଳ ଏକ ମୃଦୁ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ଓଡିଶା ନୁହେଁ ସାରା ବିଶ୍ବରେ ବିଖ୍ୟାତ ଏ ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି , ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା “ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଓଡ଼ିଆ ତର୍କ ପ୍ରତିଯୋଗିତା “ବିଶ୍ୱ ଦରବାରରେ ପଖାଳ” ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଅତିଥି ମାନେ ବଣ୍ଟନ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ମମତା ପାଢ଼ୀ , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀମତୀ ସୁଜାତା ନନ୍ଦ , ସୁଶ୍ରୀ ମୋହିନୀ ପ୍ରଧାନ , ସୁଶ୍ରୀ ଶାଶ୍ୱତ ବେବର୍ତ୍ତା , ମାତାଙ୍ଗିନୀ ଗୁରୁ ପରିଚାଳନାରେ ସହଯୋଗ କରିଥିବା ବେଳେ ଶ୍ରୀ ତ୍ରିପତି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.