ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ ଦଶପଲ୍ଲା,ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଜି ଅପରାହ୍ନ ୩ଘଟିକା ସମୟରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ ଏବଂ ଏସ.ଡି.ପି.ଓ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ସିହ୍ନା ମଂଚାସୀନ ଥିଲେ । ପଂଚାୟତ ନିର୍ବାଚନ ଆମେ ଦକ୍ଷତାର ସହ ଅତିକ୍ରମ କରିସାରିଥିବାରୁ ସହରାଂଚଳ ନିର୍ବାଚନ ଆମ ପାଇଁ ଅତି ଛୋଟ ଏବଂ ସହଜ ହୋଇଥିଲେହେଁ ଏହାକୁ ହାଲୁୁୁକା ଭାବେ ଗ୍ରହଣ ନ କରିବାକୁ ସମସ୍ତ ସହରାଂଚଳର ନିର୍ବାଚନ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ପରାମର୍ଶ ଦେଇଥିଲେ । ସହରାଂଚଳରେ ଉତେଜନା ପ୍ରବଣ ବୁଥ୍ ସଂଖ୍ୟା ଅଧିକ ଥିବାରୁ ସତର୍କତାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ଉପଦେଶ ଦେଇଥିଲେ । କୌଣସି ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟର ପାଚେରୀରେ ବ୍ୟାନର ,ପୋଷ୍ଟର ଇତ୍ୟାଦି ନ ଲଗାଯିବା ପାଇଁ ସତର୍କ ଦୃଷ୍ଟି ରଖିବାକୁ ନିର୍ବାଚନ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ନିମନ୍ତେ ସତର୍କ ରହିବାକୁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟ ଗ୍ରହଣ ଦିନ କୌଣସି ପ୍ରକାରର ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ । ସହରାଂଚଳ ନିର୍ବାଚନ ଇ .ଭିଏମ. ମେସିନ୍ ଦ୍ୱାରା ଅନୁଷ୍ଠିତ ହେବ । ପଂଚାୟତ ନିର୍ବାଚନ ପରି ମଡେଲ ବୁଥ୍ ଏବଂ ପିଂକ୍ ବୁଥ୍ର ବ୍ୟବସ୍ଥା କରାଯିବ ।
Sign in
Sign in
Recover your password.
A password will be e-mailed to you.