ଆୟୁଷ୍ମାନ ଭାରତ ଯୋଜନା ପ୍ରଶିକ୍ଷଣ

0 2

ଗଣିଆ,(ତରୁଣ କୁମାର ଅମାୟନ୍ତ): ଆୟୁଷ୍ମାନ ଭାରତ ଯୋଜନାରେ ସ୍ବାସ୍ଥ୍ୟ ସମ୍ପର୍କିତ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଲିମ ଶିବିର ୧୪ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ଭିତରେ ୫ ଦିନ ଅନୁଷ୍ଠିତ ହେବ ବୋଲି ମେଡିକାଲ ଇନଚାର୍ଜ ଜଣାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଛାତ୍ରଛାତ୍ରୀ କିଭଳି ଉପକୃତ ହୋଇ ପାରିବେ, ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହେଲେ କିଭଳି ଜାଣିବା,ସେମାନଙ୍କର ତୁରନ୍ତ ଚିକିତ୍ସା କରାଇବା ସହିତ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇବା ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଶିକ୍ଷକ ଭାବେ ଡାକ୍ତର ପ୍ରଭାକର ଦାଶ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟର ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.