ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ପକ୍ଷରୁ ଭାରତରେ ଗେମ୍କୁ ପସନ୍ଦ କରୁଥିବା ଏହାର ଗ୍ରାହକମାନଙ୍କ ଲାଗି ନାଜାରା ଟେକ୍ନୋଲୋଜିସ୍ ଲିମିଟେଡ୍ ସହଯୋଗରେ ୱି ଆପରେ ୱି ଗେମ୍ସର ଶୁଭାରମ୍ଭ କରିଛି। ଏହି ସହଯୋଗିତା ଜରିଆରେ ୱି ର ଗ୍ରାହକମାନେ ୱି ଗେମ୍ସରେ ବହୁ ଲୋକପ୍ରିୟ ଗେମ୍ ସହିତ ବ୍ୟାପକ ଗେମକୁ ହାସଲ କରିପାରିବେ।
ୱି ଆପ୍ରେ ଥିବା ୱି ଗେମ୍ସ ପକ୍ଷରୁ ଆକ୍ସନ୍, ରୋମାଂଚ, ଆର୍କେଡ୍, କାଜୁଆଲ୍, ଶିକ୍ଷା, କୌତୁକ, ପଜଲ୍, ରେସିଂ, ସ୍ପୋର୍ଟସ୍ ଓ ରଣନୀତି ଭଳି ୧୦ଟି ଲୋକପ୍ରିୟ ବର୍ଗରେ ୧୨୦୦ରୁ ଅଧିକ ଆଣ୍ଡ୍ରଏଡ୍ ଏଚ୍ଟିଏମ୍ଏଲ୍ ୫ ଭିତିକ ମୋବାଇଲ୍ ଗେମ୍ରେ ବୁଡିଯିବା ଭଳି ଅନୁଭୂତି ପ୍ରଦାନ କରିବ।
ୱି ଆପ୍ରେ ଥିବା ୱି ଗେମ୍ସରେ ତିନିଟି ବର୍ଗ ରହିଛି। ତାହା ହେଉଛି ପ୍ଲାଟିନମ୍ ଗେମ୍ସ, ଗୋଲ୍ଡ ଗେମ୍ସ ଓ ଫ୍ରି ଗେମ୍ସ। ଗୋଲ୍ଡ ଗେମ୍ସରେ ପ୍ରିପେଡ୍ ଗ୍ରାହକମାନେ ୫୬ ଟଙ୍କା ଦେଇ ଓ ପୋଷ୍ଟପେଡ୍ ଗ୍ରାହକମାନେ ୫୦ ଟଙ୍କା ଦେଇ ୩୦ ଦିନର ବୈଧତା ସହ ଗୋଲ୍ଡ ପାସ୍ ଜରିଆରେ ୩୦ଟି ଗେମ୍ ହାସଲ କରିପାରିବେ। ୪୯୯ ଟଙ୍କାରୁ ଅଧିକ ରିଚାର୍ଜ କରିଥିବା ଗ୍ରାହକମାନେ ପ୍ରତି ମାସରେ ୫ଟି ମାଗଣା ଗୋଲ୍ଡ ଗେମ୍ସ ପାଇପାରିବେ। ପ୍ଲାଟିନମ୍ ଗେମ୍ସରେ ପ୍ରିପେଡ୍ ଗ୍ରାହକମାନେ ୨୬ ଟଙ୍କା ଓ ପୋଷ୍ଟପେଡ୍ ଗ୍ରାହକ ୨୫ ଟଙ୍କା ଦେଇ ପ୍ଲାଟିନମ୍ ପାସ୍ ଜରିଆରେ ପେ ପର୍ ଡାଉନ୍ଲୋଡ୍ ସୁବିଧା ପାଇପାରିବେ। ସମସ୍ତ ୱି ଗ୍ରାହକମାନ ଏହି ପ୍ଲାଟଫର୍ମରେ ୨୫୦ରୁ ଅଧିକ ଗେମ୍ ମାଗଣାରେ ପାଇପାରିବେ।
ଏହି ଅବସରରେ ଅଭ୍ନୀଶ୍ ଖୋସଲା, ଚିଫ୍ ମାର୍କେଟିଂ ଅଫିସର୍, ଭୋଡାଫୋନ୍ ଆଇଡିଆ କହିଛନ୍ତି ଯେ, “ଭାରତରେ ଗେମିଂ ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ଆମେ ଦେଖିପାରୁଛୁ ଏବଂ ୯୫%ରୁ ଅଧିକ ଗେମ୍ ପ୍ରେମୀ ମୋବାଇଲ୍ ଡିଭାଇସ୍ରେ ବ୍ୟାପକ ପ୍ରକାରର ଗେମ୍ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍ ସାନ୍ଧ୍ରତାରେ ବୃଦ୍ଧି ଓ ୪ଜି ଉପଲବ୍ଧତା ବଢ଼ିବା ଯୋଗୁଁ ଗେମ୍ ଗ୍ରହଣୀୟତାରେ ବୃଦ୍ଧି ଘଟିଛି ଯାହା ଏବେ ମନୋରଂଜନ ଓ କୌତୁକର ଲୋକପ୍ରିୟ ବିକଳ୍ପରେ ପରିଣତ ହୋଇଛି। ଆମ ଡିଜିଟାଲ୍ ବିଷୟବସ୍ତୁ ରଣନୀତିରେ ଆମେ ଗେମ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖୁଛୁ ଏବଂ ଉଭୟ କାଜୁଆଲ୍ ଓ ଗମ୍ଭୀର ଶ୍ରେଣୀର ଗେମ୍ ପାଇଁ ୱି କୁ ଏକ ପସନ୍ଦର ସ୍ଥାନ ଭାବେ ଉପସ୍ଥାପିତ କରିବା ଲାଗି ଗେମିଂର ବିଭିନ୍ନ ଦିଗକୁ ନେଇ ଆମେ ଏକ ବ୍ୟାପକ ଯୋଜନା ଗଠନ କରିବାକୁ ଚାହୁଁଛୁ। ନାଜାରା ଟେକ୍ନୋଲୋଜିସ୍ ସହିତ ଆମର ସହଯୋଗିତା ଗେମିଂ ଅନୁଭୂତିକୁ ବଢ଼ାଇବ ଯାହା ଆମେ ୱି ଆପ୍ ଜରିଆରେ ଆମ ଗ୍ରାହକମାନଙ୍କ ଲାଗି ଉପଲବ୍ଧ କରାଇବୁ।’’
“ଗେମିଂ ଭାରତରେ କେବଳ ମନୋରଂଜନର ଭବିଷ୍ୟତ ନୁହେଁ ବରଂ ପ୍ରତିଦିନ ନିଜ ମୋବାଇଲ୍ ଫୋନରେ ଖେଳୁଥିବା ନିୟୁତାଧିକ ଭାରତୀୟଙ୍କ ପାଇଁ ମନୋରଂଜନର ମାଧ୍ୟମ ପାଲଟିଛି। ଗେମ୍ ବିଷୟବସ୍ତୁ, ଇସ୍ପୋର୍ଟସ୍ ଓ ଇଟଂରଆକ୍ଟିଭ୍ ମନୋରଂଜନ ଆଦି ୱି ର ଗ୍ରାହକମାନଙ୍କ ନିକଟରେ ପହଂଚାଇବା ଲାଗି ତାଙ୍କ ସହିତ କାର୍ଯ୍ୟ କରୁଥିବାରୁ ଆମେ ବହୁତ ଖୁସି ବୋଲି ନାଜାରା ଟେକ୍ନୋଲୋଜିସ୍ ଲିମିଟେଡ୍ର ପ୍ରତିଷ୍ଠାତା ଓ ଗ୍ରୁପ୍ ଏମ୍ଡି ନୀତୀଶ ମିତରସଇନ କହିଛନ୍ତି।’’
Sign in
Sign in
Recover your password.
A password will be e-mailed to you.
Next Post