ଏପ୍ରିଲ ୨୬ରେ ଗଣିଆ ଲଙ୍କାପୋଡ଼ି ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ

0 2

ଗଣିଆ,(ତରୁଣ କୁମାର ଅମାୟନ୍ତ): ଏପ୍ରିଲ ମାସ ୨୬ ତାରିଖରେ ଗଣିଆ ଲଙ୍କାପୋଡି ଯାତ୍ରା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଏଥିପାଇଁ ଗଣିଆ ଲଙ୍କାପୋଡି ଯାତ୍ରା କମିଟିର ସଭାପତି ବ୍ରଜମୋହନ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଗଣିଆ ଲଙ୍କାପୋଡି ଯାତ୍ରାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହେବ। ଏପ୍ରିଲ ୨୫ରୁଆରମ୍ଭ ହୋଇ ୨୯ରେ ଉଦ୍‌ଯାପନ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ୧୦ରେ ରାମନବମୀ, ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦଣ୍ଡଯାତ୍ରା ପାଇଁ ରାମ ନାଟକ ବନ୍ଦ, ୧୫ ତାରିଖରେ ସୀତା ବିବାହ, ପର୍ଶୁରାମ ଭେଟ, ୧୬ ତାରିଖରେ ଶ୍ରୀରାମ ବନବାସ, ୧୭ ତାରିଖରେ ଭରତ ମିଳନ, ବିରାୟୁଧ ବଧ, ୧୮ ତାରିଖରେ ସୀତା ଚୋରି, ୧୯ ତାରିଖରେ ଶ୍ରୀରାମ ବିଳାପ, ସୁଗ୍ରୀବ ଭେଟ, ବାଳି ବଧ, ୨୦ ତାରିଖରେ ସୀତା ଠାବ, ୨୨ରେ ସେତୁବନ୍ଧ ପ୍ରତିଷ୍ଠା, ରାବଣର ଛତ୍ରଭଙ୍ଗ, ବିଭୀଷଣ ଶରଣ, ୨୩ରେ ନାଗଫାଶ ବନ୍ଧନ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ୨୪ରେ ବ୍ରହ୍ମଜ୍ଞାନ ଚର୍ଚ୍ଚା, ମହିରାବଣ ବଧ, ୨୫ରେ ଲକ୍ଷ୍ମଣ ଶକ୍ତିଭେଦ, ବିରବାହୁ ବଧ, ୨୬ରେ ଲଙ୍କାପୋଡି, ରାବଣ ବଧ, ୨୭ରେ ଶ୍ରୀରାମ ଅଭିଷେକ ହେବ ବୋଲି ସ୍ଥିର କରାଯାଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ପୁରାତନ କଳାକାର ମାନଙ୍କୁ ସମ୍ବର୍ଦ୍ଧୀତ କରାଯିବ। ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ଧୁମ୍ ଧାମରେ ପାଳନ କରାଯିବା ପାଇଁ ସ୍ଥିର କରାଗଲା।

Leave A Reply

Your email address will not be published.