ଭୁବନେଶ୍ୱର: ଦେଶର ଅଗ୍ରଣୀ ଇପିସି ପ୍ରକଳ୍ପ ଓ ହାଇ ଟେକ୍ ମାନୁଫାକ୍ଚରିଂ ଓ ସେବା ପ୍ରଦାନକାରୀ ସଂସ୍ଥା ଲାର୍ସନ୍ ଆଣ୍ଡ୍ ଟର୍ବୋ ପକ୍ଷରୁ ବି୨ବି ଶିଳ୍ପ ଉତ୍ପାଦ ଓ ସେବା ପାଇଁ ଏଲ୍ଆଣ୍ଡ୍ଟି-ସୁଫିନ୍ ନାମକ ଏକ ସମନ୍ୱିତ ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି।
୮୦ ବର୍ଷର ଅଭିଜ୍ଞତା ଓ ଦେଶର ବିଶ୍ୱାସକୁ ନିଜର ମୂଳ ଦୃଢ଼ତା ଭାବେ ବିଚାର କରୁଥିବା ଏଲ୍ଆଣ୍ଡ୍ଟି ଏହି ବି୨ବି ଇ-କମର୍ସ ପ୍ଲାଟଫର୍ମ ଜରିଆରେ ବ୍ୟବସାୟକୁ ବିଶେଷ କରି ଏମ୍ଏସ୍ଏମ୍ଇଗୁଡ଼ିକୁ ଡିଜିଟାଲ୍ ଓ ସୁଲଭ ମୂଲ୍ୟରେ ଶିଳ୍ପ ସାମଗ୍ରୀ ଯୋଗାଇ ସେମାନଙ୍କୁ ସଶକ୍ତ କରିବାକୁ ପ୍ରସ୍ତୁତ ହୋଇରହିଛି।
ଭାରତୀୟ ମାନୁଫାକ୍ଚରିଂ ବ୍ୟବସ୍ଥା ଶିଳ୍ପ ଯୋଗାଣ ଶୃଙ୍ଖଳାରେ ଦକ୍ଷତାର ଅଭାବକୁ ଅନୁଭୂତ କରୁଥିବା ବେଳେ ଏମ୍ଏସ୍ଏମ୍ଇଗୁଡ଼ିକର ସୋର୍ସିଂ ଆବଶ୍ୟକତା ପୂରଣ କରିବା ଲାଗି ଗଭୀର ଭାବେ ବି୨ବି ଡାଇରେକ୍ଟୋରିଜ୍-ଡିଜିଟାଲ୍ କିମ୍ବା ଅନ୍ୟାନ୍ୟ ଉପରେ ନିର୍ଭରଶୀଳ। ଏହି ପାରମ୍ପରିକ ଯୋଗାଣ ଶୃଙ୍ଖଳ ସମସ୍ୟା ଯୋଗୁଁ ବ୍ୟବସାୟକୁ ଜାରି ରଖିବା, ରାଜସ୍ୱ ଏବଂ ମାଲ୍ ପରିଚାଳନା ଓ ମାନବ ସମ୍ବଳ ନିୟୋଜନ ଆଦି କ୍ଷେତ୍ରଗୁଡ଼ିକରେ ଆହ୍ୱାନ ସୃଷ୍ଟି କରିଛି। ଏଲ୍ଆଣ୍ଡଟି-ସୁଫିନରେ ୪୦ରୁ ଅଧିକ ବର୍ଗରେ ଶିଳ୍ପ ଉତ୍ପାଦ ରହିଛି। ଏହା ସହିତ ଫାଇନାନ୍ସ ଓ ଲଜିଷ୍ଟିକ୍ସ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।
ଏଲ୍ଆଣ୍ଡଟି-ସୁଫିନ୍ ଡିଜିଟାଲ୍ ପ୍ରଯୁକ୍ତିକୁ ବ୍ୟବହାର କରି ଭାରତୀୟ ବ୍ୟବସାୟ ଦୃଶ୍ୟପଟ୍ଟକୁ ବଦଳାଇବାକୁ ପ୍ରସ୍ତୁତ ହୋଇରହିଛି ଯାହା ଫଳରେ ପାରମ୍ପରିକ ଯୋଗାଣ ଶୃଙ୍ଖଳ ସଂଗଠିତ ହୋଇପାରିବ ଏବଂ ଉଭୟ ଯୋଗାଣକାରୀ ଓ ଗ୍ରାହକଙ୍କ ପାଇଁ ଲାଭବାନ ହେବା ଭଳି ସ୍ଥିତି ସୃଷ୍ଟି କରିବ। ଅଧିକ ଦକ୍ଷତା ଏବଂ ବଜାର ଉପସ୍ଥିତି ପ୍ରଦାନ କରିବା ଲାଗି ଏଲ୍ଆଣ୍ଡଟି ସୁଫିନ୍ ଏଲ୍ଆଣ୍ଡ୍ଟିର ଡିଜିଟାଲ୍ ଶକ୍ତିରେ ଆଉ ଏକ ଫର୍ଦ ଯୋଡ଼ିଛି। ଏହା ପୂର୍ବରୁ କଂପାନି ଏଲ୍ଆଣ୍ଡଟି ଏଡୁଟେକ୍ ର ଶୁଭାରମ୍ଭ କରିଥିଲା।
ଶ୍ରୀଯୁକ୍ତ ଏସ୍ ଏନ୍ ସୁବ୍ରମଣ୍ୟମ (ଏସ୍ଏନ୍ଏସ୍) ସିଇଓ ଓ ଏମଡି ଏଲ୍ଆଣ୍ଡଟି କହିଛନ୍ତି ଯେ, “ଭାରତ ଏକ ୫ ଟ୍ରିଲିଅନ ଅର୍ଥନୀତିରେ ପରିଣତ ହେବାର ଅଭିଳାଷ ରଖିଥିବା ବେଳେ ଭାରତୀୟ ଶିଳ୍ପ ସଂସ୍ଥା ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବଢ଼ାଇବା ଲାଗି ଡିଜିଟାଲ୍ ଯୋଗାଣ ଶୃଙ୍ଖଳର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି। ଏଲ୍ଆଣ୍ଡ୍ଟି-ସୁଫିନ୍ର ଉନ୍ମୋଚନ ସହିତ ଆମର ଡିଜିଟାଲ୍ ରୂପାନ୍ତରଣ ଯାତ୍ରାରେ ଆମେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛୁ ଯାହା ଆମର ବିଶ୍ୱାସ ଓ ଏହି ବ୍ୟବସ୍ଥାକୁ ବୁଝିବାର ପରମ୍ପରା ଆଧାରରେ ଗଠନ କରାଯାଇଛି।’’
Sign in
Sign in
Recover your password.
A password will be e-mailed to you.