ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ ତାଲିମ ଶିବିର

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୋଡ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଷାଣୀ ବ୍ଳକର ଖରସଣ୍ଡା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ ୧୧ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ତାଲିମ ଶିବିରକୁ ଜିଲ୍ଲା ପ୍ରବନ୍ଧକ ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା , ଉଦ୍ୟାନ ବିଭାଗ ଅଧିକାରୀ ଏମଏସ ଲୁସି ଶବର ଓ କୃଷି ଅଧିକାରୀ ଶ୍ରୀମତି ସୁଜାତା ନନ୍ଦ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିବା ସହ ମହିଳା ଚାଷୀମାନେ ଉକ୍ତ ତାଲିମ ନେଇ ସ୍ୱାବଲମ୍ବୀ କିପରି ହେବେ ଓ ଜୈବିକ ଖତର ବ୍ୟବହାର ଜାଣି ନିଜ ଜମିରେ ପ୍ରୟୋଗ କରି କିପରି ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରିବେ ତାହା ବୁଝାଇ ଥିଲେ। ତାଲିମଦାତା ଭାବେ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଗୋଡ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.