ଶପଥ ପାଠ ସହ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ

0

ହାଟଡିହି(ମକରଧ୍ବଜ ଜେନା) :ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶଡଙ୍ଗ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ଶଡଙ୍ଗଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶପଥ ଗ୍ରହଣ ସହିତ ନୂତନଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ ଓ୍ବାର୍ଡ ସଭ୍ୟ ଏବଂ ସଭ୍ୟା ପଞ୍ଚାୟତର ସଂମ୍ପାଦକ ମଧୁସ୍ମିତା ମହାନ୍ତି, ଗ୍ରାମ୍ୟ ରୋଜକାର ସେବକ ଗଣେଶ୍ବର ସାହୁ, ପୂର୍ବତନ ସରପଞ୍ଚ ସ୍ବର୍ଣ୍ଣ ପ୍ରଭା ଯେନା ଊପସ୍ଥିତ ରହି ସରପଞ୍ଚ ଶ୍ରୀଯୁକ୍ତ ଖଣ୍ଡେଇ କୁ ଦାଇତ୍ବ ହସ୍ତାନ୍ତର କରିଥିଲେ।ଏହି ଦିବସରେ ଶୃଙ୍ଖଳା ସହିତ ନାଏବ ସରପଞ୍ଚ ଭାବେ ଶ୍ରୀମତି ପାର୍ବତୀ ବେହେରା ନିର୍ବାଚିତ ହୋଇଥିଲେ | ।ପରେ ନୂତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ କୁ ଯୁବନେତା ଗୋପବନ୍ଧୁ ଦାସ ,ଶ୍ରୀକାନ୍ତ ସେନାପତି,ଅଶୋକ ଦାସ,ସମେତ ବହୁତ କର୍ମୀ ଉପସ୍ଥିତ ରହି ଫୁଲଗୁଚ୍ଛ ସହିତ ଶୁଭେଚ୍ଛା ଜଣାଇ ଥିଲେ।

Leave A Reply

Your email address will not be published.