ହାଟଡିହି(ମକରଧ୍ବଜ ଜେନା) : ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଆଇତି ପୁର ଗ୍ରାମ ପଞ୍ଚାୟତର ନବର୍ନିବାଚିତ ସରପଞ୍ଚ ଶ୍ରୀମତୀ ଲତିକା ଜେନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶପଥ ଗ୍ରହଣ ସହିତ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ ଓ୍ବାର୍ଡ ସଭ୍ୟ ଏବଂ ସଭ୍ୟା ପଞ୍ଚାୟତର ସଂମ୍ପାଦକ ଉମାକାନ୍ତ ଶା ଊପସ୍ଥିତ ରହି ସରପଞ୍ଚ ଲତିକା ଜେନା ଙ୍କୁ ଦାଇତ୍ବ ହସ୍ତାନ୍ତର କରିଥିଲେ।ଏହି ଦିବସରେ ଶୃଙ୍ଖଳା ସହିତ ନାଏବ ସରପଞ୍ଚ ଶ୍ରୀସୁକାନ୍ତ ବାରିକିଙ୍କୁ ନିର୍ବାଚିତ କରାଯାଇଥିଲା। ପରେ ନୂତନ ସରପଞ୍ଚ ଲତିକା ଜେନାକୁ ଅନାଦି ଚରଣ ଜେନା,କୋଦଣ୍ଡ ଧର ଜେନା, ନାରାୟଣ ଦାଶ, ଚକ୍ରଧର ପୁହଣ ,ସୁରେନ୍ଦ୍ର କୁମାର ଜେନା,ସମେତ ବହୁତ କର୍ମୀ ଓ ନେତା ଉପସ୍ଥିତ ରହି ଫୁଲଗୁଚ୍ଛ ସହିତ ଶୁଭେଚ୍ଛା ଜଣାଇ ଥିଲେ।
Sign in
Sign in
Recover your password.
A password will be e-mailed to you.