ଗୁଦେରପାଲି ୫-ଟି ହାଇସ୍କୁଲରେ ଛାତ୍ରୀ ପରିଶ୍ରାଗାର ନାହିଁ

0

ଦେୟ ବାକି ଥିବା ଯୋଗୁ ଲାଇନ କାଟି ଦେଇଛି ବିଦ୍ୟୁତ କମ୍ପାନୀ

ପଦ୍ମପୁର : ଛାତ୍ରଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ଯୋଗାଇ ଦେବା ପାଇଁ ସରକାର ସ୍ମାର୍ଟ ଶ୍ରେଣୀ କୋଠରୀ ସହ ଇ-ଲାଇବ୍ରେରୀ ଆଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲ୍ କୁ ୫-ଟିରେ ରୂପାନ୍ତର କଲେ। ହେଲେ ୫-ଟିରେ ରୁପାନ୍ତର ହୋଇ ,ବିଗତ ବିଜେପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ବାପୁଜୀ ହାଇସ୍କୁଲ୍ କୁ ଉଦ୍ଘାଟନ କରିଥିଲେ।ହେଲେ ଉଦ୍ଘାଟନ ହେବାର ୨ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟାଲୟ ସହ ଛାତ୍ରୀ ମାନଙ୍କ ପରିଶ୍ରାର ଗାର ନିର୍ମାଣ ଅଧାପନ୍ତରିଆ ହୋଇ ପଡି ରହିଛି। ୧ମାସ ହେଲା ହାଇସ୍କୁଲ ପରିସର ବିଦ୍ୟୁତ୍ ସଂଯୋଗ କୁ ବିଦ୍ୟୁତ୍ ବିଭାଗ ତରଫରୁ ବନ୍ଦ କରିଦିଆଯାଇଛି କାରଣ ୧ଲକ୍ଷ ୧୬ ହଜାର ଟଙ୍କାର ବିଦ୍ୟୁତ୍ ବିଲ ବକେୟା ଅଛି। ସେ ସମୟରେ ବରଗଡ଼ ଜିଲ୍ଲାପାଲ ଙ୍କ ନିର୍ଦ୍ଦେଶ କ୍ରମେ ଗାଇସିଲେଟ ବିଡିଓ ଏବଂ ପରିଚାଳନା କମିଟି ର ସଭାପତି ବାରମ୍ବାର ୫ଟି କାମ ଅନୁଧ୍ୟାନ ପାଇଁ ବାପୁଜୀ ହାଇସ୍କୁଲ୍ କୁ ଆସୁଥିଲେ।ହେଲେ ଛାତ୍ରୀ ମାନଙ୍କ ପରିଶ୍ରା ଗାର ଏବଂ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟାଲୟ ନିର୍ମାଣ ପ୍ରତି ତାଙ୍କ ଦୃଷ୍ଟି ନ ଥିଲା କି ବୋଲି ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ତ୍ୱରିତ ପଦକ୍ଷେପ ନେବାକୁ ଅଭିଭାବକମାନେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି |

Leave A Reply

Your email address will not be published.