ନୂତନ ଅଧ୍ୟକ୍ଷାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

ବିଧାୟକ ଓ ଜନସାଧାରଣ ଙ୍କର ନିକଟରୁ ଆଶୀର୍ବାଦ ନେଲେ ଭାବନା

ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତିର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ସହିତ ନିଜ ପଞ୍ଚାୟତ କେଛୋଦାଦର ଯାଇ ପଞ୍ଚାୟତର ହୀରପୁର , ଛେଳିଆମାଲ , କେଛୋଦାଦର , ନୂଆଗାଁ , ଝାରମୁଣ୍ଡା ଆଦି ଗ୍ରାମ ରେ ବୁଲି ବୁଲି ପଞ୍ଚାୟତ ର ବରିଷ୍ଠ ବ୍ୟକ୍ତି ଙ୍କର ନିକଟରୁ ଆଶୀର୍ବାଦ ନେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ସିଂ ଏହି କେଛୋଦାଦର ପଞ୍ଚାୟତରୁ ଟୋଟାଲ ଭୋଟିଂ ର ରେକର୍ଡ଼ ସତୁରି ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟଲାଭ କରିଥିଲେ । ପାଇକମାଲ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହେବା ପରେ ସ୍ଥାନୀୟ ବିଜୁ ଜନତା ଦଳର ତୃଣମୂଳ ସ୍ତରର କର୍ମୀ ଓ ସାଧାରଣ ଜନତା ଙ୍କର ମନରେ ଖୁସି ରହିଛି । ପାଇକମାଲ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ ଙ୍କର ଧର୍ମପତ୍ନୀ ଶ୍ରୀମତୀ ସିଂ ଙ୍କର ନେତୃତ୍ୱରେ ଆଗାମୀ ଦିନରେ ପାଇକମାଲ ପଞ୍ଚାୟତ ସମିତି ର ଅନେକ ପ୍ରକାର ଉନ୍ନତି ହୋଇପାରିବ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି ।

Leave A Reply

Your email address will not be published.