ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ

0

ଭୁବନେଶ୍ୱର /ଶାସକ ପ୍ରଶାସକ : ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଗତକାଲି ବ୍ଲକ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ଆଜି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ହାତେଇଥିବା ବେଳେ, ବିଜେପି ଓ କଂଗ୍ରେସ ଯଥାକ୍ରମେ ୪୨ ଓ ୩୭ ଆସନ ପାଇଛି । ପ୍ରାୟତଃ ସ୍ଥାନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ସମ୍ପନ୍ନ ହେବାକୁ ଥିବା ବେଳେ କେତେକ ସ୍ଥାନରେ ନିର୍ବାଚନ କେବଳ ଔପଚାରିକତା ହୋଇ ରହିଛି | ୩୦ଟି ଜିଲ୍ଲା ବିଜେଡି ଦଖଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି | ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ୧.୩୦ରୁ ୪ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.