ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହେଲେ ସାବିତ୍ରୀ ସେଠି

0

ହାଟଡିହି/ମକରଧ୍ବଜ ଜେନା : ସମସ୍ତ କଳ୍ପନାଜଳ୍ପନାର  ଅନ୍ତ ଘଟାଇ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  ବିଜେଡି ସମର୍ଥିତ ସାବିତ୍ରୀ ସେଠି | ଏକତିରିଷିଟି ପଞ୍ଚାୟତକୁ ନେଇ ଗଠିତ ହାଟଡିହି ପଞ୍ଚାୟତସମିତି ର ଅଧ୍ୟକ୍ଷ ପାଦ ପାଇଁ  ଅନ୍ୟ କୌଣସି ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ ନକରିବାରୁ ଏକମାତ୍ର ନାମାଙ୍କନ ଦାଖଲ କରିଥିବା ସାବିତ୍ରୀ ସେଠି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି | ବ୍ଲକ ଅଧ୍ୟକ୍ଷ ପଦ ହାତେଇଛନ୍ତି ପୂର୍ବତନ ବ୍ଲକ ଅଧକ୍ଷ୍ୟା ସାବିତ୍ରୀ ।ଶ୍ରୀମତି ସେଠି ଜଣେ ଦକ୍ଷ ପ୍ରତିଭାମାନ ବିଜେଡିନାରୀ ନେତ୍ରୀ ଭାବରେ ଅଞ୍ଚଳ ପାଇଁ ଗୌରବ ଅଣିଥିବାବେଳେ।ସେ ଜଣେ ମିଷ୍ଠାଭାଷି ଓ ପରୋଉପକାରୀ ମହିଳା ଭାବେ ସୁପରିଚିତ  ଏଥିପାଇଁ  ତାଙ୍କୁ ଇଞ୍ଚୋଳ ପଞ୍ଚାୟତରୁ ବିପୁଳ ମାତ୍ରାରେ ଜନସମର୍ଥନ ମିଳିବାରୁ ସେ ଇଞ୍ଚୋଳ ଗ୍ରାମ ପଞ୍ଚାୟତରୁ ବିଜେଡି ସମର୍ଥୀତ ସମିତି ସଭ୍ୟା ଭାବରେ ର୍ନିବାଚିତ ହୋଇଥିଲେ। ହାଟଡିହି ବ୍ଲକର ପ୍ରଥମ ଥର ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ଅଧକ୍ଷ ପଦଟି ବିଜେଡ ହାତେଇ ଥିବାରୁ ବିଜେଡି ମହଲରେ ଖୁସିର ଲହରୀ  ଖେଳିଯାଇଛି।

Leave A Reply

Your email address will not be published.