ରାଜ୍ୟ ଇତିହାସରେ ପ୍ରଥମ ବିଜେଡି ଦଖଲରେ‌ ସବୁ ଜିଲ୍ଲା ପରିଷଦ

0 2

ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ବିଜେଡି। ରବିବାର ହୋଇଥିବା ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ଦଳ ସବୁ ଆସନ ବାଜି ମାରିନେଇଛି। ୭୬୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଥିବା ବିଜେଡି ପାଇଁ ପରିଷଦ ହାସଲ କରିବା କଷ୍ଟକର ନଥିଲା। କିନ୍ତୁ ସଭାପତି ପଦ ପାଇଁ ଏକାଧିକ ଆଶାୟୀ ଦଳକୁ ଅକଳରେ ପକାଇଥିଲେ। ତେବେ ସଭାପତି ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ସଫଳ ଗୋଟି ଚାଳନା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇନଥିଲା। ଶେଷରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ଭାବେ ବିଜେଡି ସବୁ ଜିଲ୍ଲା ପରିଷଦ ସଭାପତି ଆସନ ହାତେଇଛି। ଏପରିକି ସାରା ଦେଶରେ ଏକ ଆଞ୍ଚଳିକ ଦଳ ଭାବେ ଏପରି ସଫଳତା ବିରଳ। ବିଜେଡିର ଏହି ଐତିହାସିକ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ଶକ୍ତିଶାଳୀ ଭୋଟରଙ୍କ ଅପାର ବିଶ୍ବାସର ଫଳ ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.