ଏଚସିଜି କ୍ୟାନ୍‍ସର ହସପିଟାଲ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ

0

କଟକ/ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତଥା କ୍ୟାନ୍‍ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଗମ୍ୟ କରିବା ସକାଶେ ଏଚ୍‍ସିଜି କ୍ୟାନ୍‍ସର ହସପିଟାଲ, କଟକ ପକ୍ଷରୁ ସ୍ୱତନ୍ତ୍ର ଭାବରେ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ପରୀକ୍ଷା କାର୍ଯ୍ୟକ୍ରମ ୨୦୨୨ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ହସପିଟାଲ ପରିସରରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଉକ୍ତ ଅଞ୍ଚଳ ଏବଂ ଏହାର ନିକଟବର୍ତ୍ତୀ ସ୍ଥାନରେ ବାସ କରୁଥିବା ମହିଳାମାନେ ପୂର୍ବରୁ ସୂଚନା ଦେଇ ଏହି ସେବାର ସୁଯୋଗ ନେଇପାରିବେ ।
ଏଚ୍‍ସିଜି କ୍ୟାନ୍‍ସର ହସପିଟାଲ ମହିଳାମାନଙ୍କୁ ସେମାନଙ୍କ ସମ୍ପର୍କିତ କ୍ୟାନ୍‍ସରର ବିଭିନ୍ନ ପ୍ରକାର ଏବଂ ତାହାର ନିଦାନ ସମ୍ପର୍କରେ ପ୍ରଶିକ୍ଷିତ କରାଇବାକୁ ଏହି ମାଗଣା କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ମାଗଣା କ୍ୟାନ୍‍ସର ପରୀକ୍ଷଣ ବ୍ୟବସ୍ଥା ମଧ୍ୟରେ ଏକ ଅଲ୍‍ଟ୍ରାସାଉଣ୍ଡ, ମାମୋଗ୍ରାଫି, ଏବଂ ପାପ୍‍ ସ୍ମିଅର୍‍ ପରୀକ୍ଷା ଆଦି ସାମିଲ ରହିଛି । ଏଚ୍‍ସିଜି କ୍ୟାନ୍‍ସର ହସପିଟାଲର ଏକ ବିଶେଷଜ୍ଞ ଦଳ ଶିବିର ଆୟୋଜନ ଅବସରରେ ମହିଳାମାନଙ୍କର ପରୀକ୍ଷା କରିବାକୁ ଉପଲବ୍ଧ ହେବେ ।
ଏହି କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ ଭ୍ରାନ୍ତଧାରଣାକୁ ଭାଙ୍ଗିବା ପ୍ରୟାସ ଉପରେ କେନ୍ଦ୍ରିଭୂତ, ଯାହା ‘ସମସ୍ତ ଲିଙ୍ଗ ଯେଭଳି ସମାନ, ସେହିଭଳି ସମସ୍ତ କ୍ୟାନ୍‍ସର ମଧ୍ୟ ସମାନ’ ବାର୍ତ୍ତାକୁ ପ୍ରଚାର ପ୍ରସାର କରୁଛି । କ୍ୟାନ୍‍ସରର ଶୀଘ୍ର ନିରୂପଣ କରାଯିବାର ଗୁରତ୍ୱ ସମ୍ପର୍କରେ ବହୁ ଆବଶ୍ୟକ ସଚେତନତା ସୃଷ୍ଟି ଏହି ପରୀକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଯଦ୍ଦ୍ୱାରା ତାହାର ଶୀଘ୍ର ଚିକିତ୍ସା କରିବା ଏବଂ ଉତ୍ତମ ଫଳାଫଳ ମିଳିବା ସମ୍ଭବ ହୋଇପାରିବ । ଏଚ୍‍ସିଜି ବିବିଧ ପ୍ରୟାସ ଜରିଆରେ କ୍ୟାନ୍‍ସର କାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।

Leave A Reply

Your email address will not be published.