ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧ୍ଵକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ, ସିଂଜେଏମ୍ ଶ୍ରୀ ପ୍ରିୟ ରଞ୍ଜନ ମିଶ୍ର, ପ୍ରାଧ୍ଵକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ, ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରି, ରେଜିସ୍ଟାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ସୁଦୀପା ପାତ୍ର, ସବ ଜଜ୍ (ଏଲ୍ ଆର୍ ) ଶ୍ରୀ ଅଭୟ କୁମାର ଦାସ, ମହିଳା କୋର୍ଟ ଜଜ୍ ଶ୍ରୀମତୀ ରଶ୍ମିତା ସାହୁ, ଏଡିଜେଏମ୍ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା , ମୁନଶିଫ ଶ୍ରୀମତୀ ମାଝୀ ପ୍ରଧାନ , ଜେଏମ୍ ଏଫ୍‌ସି ଶ୍ରୀମତୀ ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ। ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚ ରେ ଅତିରିକ୍ତ ପବ୍ଲିକ ପ୍ରକୃକିଉଟର (Prosecutor) ଶ୍ରୀ ଭଜହରୀ କର, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ଧ୍ୱନ୍ଦ୍ରନାଥ ଆଚାର୍ଯ୍ୟ, ସାମାଜିକ କର୍ମୀ ସୁଷମା ପ୍ରଧାନ, ଡ଼ା ଶୟଦ ଇକବାଲ ହୁସେନ ଓ ମନସ୍ତତ୍ବବିତ୍ ସୁସ୍ମିତା ମାଝି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧ୍ଵନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବଉନ୍ସ ମାମଲା, ବ୍ୟାଙ୍କ୍ ରୁଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୩୧୮ ମାମଲାରୁ ୨୯୧ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୨,୫୩,୮୯,୫୫୮/- ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମାରେ ୨୨୪୪ ଟି ମାମଳରୁ ୧୬୦ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୪୫,୦୨, ୧୬୭ /- ଟଙ୍କା ଋଣ ଆଦାୟ କରାଯାଇଛି । ଏହା ସହିତ ଏହି ଲୋକ ଅଦାଲତର ପ୍ରଭାବର ଅଧୟନ ନିମନ୍ତେ ଛାତ୍ର ସ୍ୱେଛାସେବୀ ବିଶ୍ବଜିତ ମିଶ୍ର, ଦେବାଶିଷ ବାରିକ,ମୋନାଲିସା ସ୍ବାଇଁ, ଅଭିଜିତ ଭୋଇ, ଶକ୍ତି ସାର୍ଥକ ଶୋଭନ, ରଶ୍ମି ରଞ୍ଜନ ଦାଶ ଓ ମନୋରଞ୍ଜନ ସାହୁ ଙ୍କ ଦ୍ବାରା ଏକ ସର୍ବେକ୍ଷଣ କରଯାଇଥିଲା। ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟ ପ୍ରାଙ୍ଗଣରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ବାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି।

Leave A Reply

Your email address will not be published.