ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ୍ ନୀୟମ କୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତତ୍ତ୍ୱାବଧାନରେ ରାୟଗଡ ଜିଲ୍ଲା ସିଭିଲକୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୮୦ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୭୨,୧୩,୫୫୩/- (ବାସ୍ତରୀ ଲକ୍ଷ ତେର ହଜାର ପାଞ୍ଚ ଶହ ତେପନ) ଟଙ୍କ ଓ ପ୍ରିଲିଟିଗେସନ ସମ୍ୱନ୍ଧିତ ୩୫ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୯,୮୩,୧୪୨/- (ନଅ ଲକ୍ଷ ତେୟାଶୀ ହଜାର ଶହେ ବୟାଳଶି) ଟଙ୍କ। ଆଦାୟ ହୋଇଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ରିନା ଚୌଧୁରୀ, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ସୋନାଲି ପଟ୍ଟନାୟକ, ରେଜିଷ୍ଟ୍ରି ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ମହିଳା କୋର୍ଟର ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ଅନୁବିଭାଗୀୟ ଦଣ୍ଡାଧୀକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନି ବେହେରା ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ । ସେହିପରି ରାୟଗଡ ପରିବାର ଅଦାଲତ ପରିସରରେ ଏହି ଲୋକଅଦlଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ଦ୍ୱାରା ୭ଟି ଦେୱାନୀ ଓ ୬ଟି ଭରଣ ପୋଷଣ ମାମଲାର ଫଇସଲା ହୋଇଛି । ଅପୋଷ ବୁଝାମଣା ମାଧ୍ୟମରେ ଏସବୁ ମାମଲାର ଫଇସଲା ପାଇଁ ପରିବାର ଅଦାଲତର କାଉନସିଲର ଶ୍ରୀ ଆଶା ଆକାଶ ଗୁରୁ ସହାୟତା କରିଥିଲେ । ଏହି ଜାତୀୟ ଲୋକ ଅଦାଲତରେ ଭରଣ ପୋଷଣ ତଥା ଆପୋଷ ସମାଧାନ ବାବଦକୁ ସମୁଦାୟ ଟ. ୬,୭୭,୫୨୦/- ( ଛ ଲକ୍ଷ ସତସ୍ତରୀ ହଜାର ପାଞ୍ଚ ଶହ କୋଡିଏ) ଟଙ୍କା ଦେୟ ସହ ୧୩ଟି ପୁରୁଣା ପାରିବାରିକ ମାମଲାର ପୂର୍ଣ୍ଣଛେଦ ଘଟିଛି ।
Sign in
Sign in
Recover your password.
A password will be e-mailed to you.