ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ବିଜେଡ଼ି।

0

ନଗେନ୍ଦ୍ର ବିଶ୍ଵାଳ ହେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ।

ବାସୁଦେବପୁର/ ପ୍ରତାପ ପାଢ଼ୀ – ଆଜି ବାସୁଦେବପୁର ପଞ୍ଚାୟତ ସମିତି ପରିସର ରେ ନିର୍ବାଚନ କମିଶନ ଙ୍କ ନିଷ୍ପତି ଅନୁଯାୟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ର ମୋଟ ୩୬ ଟି ରୁ ବିଜୁ ଜନତା ଦଳ ର ସମର୍ଥିତ ପ୍ରାର୍ଥୀ ଶ୍ରୀଯୁକ୍ତ ନଗେନ୍ଦ୍ର ବିଶ୍ଵାଳ ୨୬ ଟି ଭୋଟ ପାଇ ବିଜୟୀ ହୋଇଥିଲେ। ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗଣତି ଫଳ ପ୍ରକାଶ ପରେ ସବୁବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ସହ ବିଜେଡ଼ି କର୍ମୀ ମାନେ ବିଜୟ ଉତ୍ସବ କୁ ପାଳନ କରିଥିଲେ।

Leave A Reply

Your email address will not be published.