ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ବାଦ ସାହିତ୍ୟଘର ,ପାରଳାଖେମୁଣ୍ଡି ଆନୁକୁଲ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ “ଶାସ୍ତ୍ରୀୟ ଓଡିଆ ଭାଷା ଦିବସ” ଅନୁଷ୍ଠିତ ହୋଇଯାଇଛି।
ସମ୍ବାଦ ସାହିତ୍ୟଘରର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା ଅନୁଷ୍ଠିତ ଶାସ୍ତ୍ରୀୟ ଓଡିଆ ଭାଷାର ବିକାଶ ସମ୍ପର୍କରେ ରୋଚକ ଆଲୋଚନା ହୋଇଥିଲା। ବନ୍ଦେ ଉତ୍କଜନନୀ ଗାନ ପରେ ସୁଶ୍ରୀ ଗୀତାଞ୍ଜଳି ରଥ ପ୍ରାରମ୍ଭରେ ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଦେଇଥିଲେ।
ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଗଜପତି ଜିଲ୍ଲା ସଦସ୍ୟ ତଥା ସମ୍ବାଦ ସାହିତ୍ୟଘର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପରିଚାଳନାରେ ମୁଖ୍ୟ ବକ୍ତା ଭାବେ ଆଶାଲତା ପାଣଗ୍ରାହୀ , ସମ୍ମାନୀତ ବକ୍ତା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପକ ଦେବାଶିଷ ମହାପାତ୍ର , ଭାଗବତ ପାଢ଼ୀ , ସୁଶ୍ରୀ ଶ୍ବେତା ପଟ୍ଟନାୟକ ପ୍ରଭୃତି ଅଂଶଗ୍ରହଣ କରି ଓଡ଼ିଆ ଭାଷାର ସୁରକ୍ଷା ଏବଂ ମାଆକୁ ଭଲ ପାଇବା ଭଳି ମାତୃଭାଷାକୁ ସମ୍ମାନ ଦେବା ବିଧେୟ କହିଥିଲେ।
ଶେଷରେ ତ୍ରିପତି ପ୍ରାସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ। ନିତ୍ୟାନନ୍ଦ ଚୌଧୁରୀ , ମୂରଲୀଧର ପରିଛା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.