ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟରେ ଗଜପତି ଜିଲ୍ଲା ଆପ୍ ତରଫରୁ ବିଜୟ ଉତ୍ସବ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟ ଓ ଗୋଆରେ ଆପ୍ ର ୨ ଜଣ ବିଧାୟକଙ୍କ ବିଜୟ ଅବସରରେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ କେକ୍ କାଟି ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ।
ପରେ ଦଳର ସଦସ୍ୟ ମାନେ ଜିଲ୍ଲା କାର୍ଯ୍ୟାଳୟରୁ ପାରଳା ମହାରାଜାଙ୍କ ପାଲେସ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହରି ବିଭିନ୍ନ ସ୍ଲୋଗାନ ଦେବା ସହ ଏହି ବ୍ୟବସ୍ଥା ପରିବର୍ତ୍ତନ ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷା, ସ୍ବାସ୍ଥ୍ୟ, ପାଣି, ବିଜୁଳି, ରୋଜଗାର,ଓ ମହିଳା ସଶକ୍ତିକରଣର ରାଜନୀତିକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଶୈଳବାଳା ପଣ୍ଡା , କିଶୋର ଚନ୍ଦ୍ର ଗୁରୁ , ଲୋଗସ୍ ଦାସ୍ ବର୍ଦ୍ଧନ , ତ୍ରିନାଥ ପଟ୍ଟନାୟକ , କାଳିଚରଣ ପଟ୍ଟନାୟକ , ପାଇଲା ମୁରଲି କ୍ରିଷ୍ଣା , ଜି.ଚନ୍ଦ୍ର ରାଓ , ଭରତ ସାହୁ , ଲୋକନାଥ ଭୁକ୍ତା , ମୟାବ ଶବର , ଦୁର୍ଗା ପ୍ରସାଦ ପଟ୍ଟନାୟକ , ଚନ୍ଦ୍ରମୋହନ ଯାଦବ , ଦୁର୍ଗା ବିଶ୍ୱାଳ , ବି.ରାମା ରାଓ , ମୋହନ ଜେନା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.