ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।ଶ୍ରୀମତୀ ପଦ୍ମା ସତନାମୀ ଜଣେ ଶିକ୍ଷିତା ହୋଇଥିବା ବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠି ର ସଦସ୍ୟତା ଗ୍ରହଣ କରି ସମାଜ ସେବା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି ସମାଜ ସେବା ପାଇଁ ତାଙ୍କ ସ୍ୱାମୀ ଗଣେଶରାମ ସତନାମୀ ଙ୍କ ପ୍ରେରଣା ତାଙ୍କୁ ଅଧିକ ଶକ୍ତି ଯୋଗାଇଛି।ସେ ଜଣେ ଶିକ୍ଷିତା ହୋଇଥିବାରୁ ତାଙ୍କ ସ୍ୱାମୀ ଓ ସ୍ଥାନୀୟ ଅଞ୍ଚଳ ର ବହୁ ବରିଷ୍ଠ ନାଗରିକ ଓ ସମାଜ ସେବୀ ମାନଙ୍କ ପରାମର୍ଶ କ୍ରମେ ସେ ଲଉଡିଦରହା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଛନ୍ତି।ସେ ପଞ୍ଚାୟତ ର ବିକାଶ କରିବା ସହ ସରକାରଙ୍କ ସମସ୍ତ ଯୋଜନା ଲୋକମାନଙ୍କ ନିକଟରେ କିଭଳି ସହଜ ରେ ପହଞ୍ଚି ପାରିବ ସେ ଦିଗରେ ସେ ସବୁବେଳେ କାର୍ଯ୍ୟ କରିବା ସହ ଲଉଡିଦରହା ପଞ୍ଚାୟତ କୁ ବରଗଡ଼ ଜିଲ୍ଲାରେ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।ତାଙ୍କୁ ସରପଞ୍ଚ ଭାବେ ବିପୁଳ ପରିମାଣ ଭାବେ ଭୋଟ ଦେଇ ନିର୍ବାଚିତ କରିଥିବାରୁ ଲଉଡିଦରହା ପଞ୍ଚାୟତ ର ଅଧିବାସୀ ଙ୍କୁ କୃତଜ୍ଞତା ଜଣାଇବା ସହ ସେ ଜନସାଧରଣଙ୍କର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।ଲଉଡିଦରହା ହେଉଛି ପଡୋଶୀ ଛତିଶଗଡ଼ ରାଜ୍ୟ ର ସୀମାବର୍ତୀ ପଞ୍ଚାୟତ ସବୁ ସୁଖଦୁଃଖ ରେ ପଡୋଶୀ ରାଜ୍ୟ ସହ ଭଲ ସଂପର୍କ ରହି ଆସିଛି।ଛତିଶଗଡ଼ ରାଜ୍ୟ ରେ ନିର୍ବାଚନ ସମୟରେ ଝାରବନ୍ଧ ବ୍ଲକ ଅଞ୍ଚଳ ଆଖପାଖ ର କିଛି ନେତା ସେଠାରେ ଯାଇ ପ୍ରଚାର କରିଥାନ୍ତି ସେହି ଦୃଷ୍ଟିରୁ ଛତିଶଗଡ଼ ରାଜ୍ୟ ର ନେତା ଏଠାରେ ଆସି ବିଜୟୀ ପ୍ରର୍ଥୀନୀ ପଦ୍ମା ସତନାମୀ ଙ୍କୁ ଶୁଭକାମନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.