ଭଞ୍ଜନଗର: ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଗଞ୍ଜାମ ଜିଲ୍ଲା ଗ୍ରସ୍ତର ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସମତେ ବିଭିନ୍ନ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ର ବୁଲି ଦେଖିଛନ୍ତି। କାୟାକଳ୍ପର ତିନି ଜଣିଆ ଟିମ୍ ଆଜି ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଦିଗକୁ ସମୀକ୍ଷା କରି ମୂଲ୍ୟାଙ୍କନ କରି ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସ୍ଏଚ୍ଏଏସ୍ର ଯୁଗ୍ମ ନିର୍ଦ୍ଦେଶକ ଡା.ଶୁଭ୍ରଜ୍ୟୋତି ରାଓଙ୍କ ନେତୃତ୍ବରେ ସିପି କନସଲଟାଣ୍ଟ୍ ବସନ୍ତ କୁମାର ସାହୁ ଏବଂ ଶୁଭ୍ରଭାନୁ ପଣ୍ଡା ଆଜି ଅପରାହ୍ନ ୩ ଟା ସମୟରେ ଭଞ୍ଜନଗର ମେଡିକାଲ ପରିସରରେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଡାକ୍ତରଖାନାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ କିଭଳି ଭାବେ ଚାଲିଛି ଏନେଇ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ବୁଲି ଦେଖିଥିଲେ। ଏଥିସହ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି, ଔଷଧ ଯୋଗାଣ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନେଇ ଅଧିକାରୀ ଓ ପରିଚାଳକଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post