ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସଚେତନତା ଶୀବିର ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା-ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ର ଯୋଗ ଦେଇ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ ଏବଂ ମହିଳାମାନେ ଆଇନ ସମ୍ପର୍କରେ ସଚେତନ ହେବା ଦ୍ବାରା ଦେଶ ଉନ୍ନତିର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପରିଶେଷରେ ପ୍ରାଧ୍ୟାକରଣ ତରଫରୁ ଉପଲବ୍ଧ ହେଉଥିବା ମହିଳା ମାନଙ୍କ ପାଇଁ ମାଗଣା ଆଇନ ସେବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକାରୀ, ଗଜପତି ଶ୍ରୀ ଜୟରାମ ଶତପଥୀ, ବରିଷ୍ଠ ଦେୱାନୀ ଅଧିକାରୀ, ଶ୍ରୀ ଦିପଙ୍କର ପଟ୍ଟନାୟକ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି, ଶ୍ରୀ ରବି ନାରାୟଣ ବେହେରା, ରେଜିଷ୍ଟ୍ରାର, ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରାଣା, ଉପ-ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀଣୀ ଶ୍ରୀମତି ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ସ୍ବାସ୍ଥ୍ୟ ଅଧିକାରୀ, ଶ୍ରୀ ମହେନ୍ଦ୍ର କୁମାର ଭୁୟାଁ, ଅଧ୍ୟକ୍ଷ, ମହିଳା ବିଦ୍ୟାଳୟ, ଶ୍ରୀମତି ଅମ୍ବିକା ଦେବୀ , ସୁରକ୍ଷା ଅଧିକାରୀଣୀ କେ. ସୁନିତା ଓ ଆଇନଜୀବୀ ବୃନ୍ଦ ଯୋଗ ଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ଦେଶ ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.