“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ଯାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ରୂପେ ଯୋଗଦେଇଥିବା ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନ କରିଥିଲେ। ଏଥିସହ ଅନ୍ୟତମ ଅତିଥି ଶ୍ରୀମତୀ ଅଳକା ସାହୁ ନିଜ ବ୍ୟକ୍ତବ୍ୟରେ ସମାଜରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଆକାଂକ୍ଷା” ର ଉନ୍ମୋଚନ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଆଚାର୍ଯ୍ଯ ଶ୍ରୀ ବିନୋଦ ଜେନାଙ୍କ କରକମଳରେ ହୋଇଥିଲା। ପରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ନିଶିଗନ୍ଧା ପୁଜାରୀ ନୃତ୍ଯ ପରିବେଷଣ କରିଥିଲେ।
ଅନ୍ୟତମ ଛାତ୍ରୀ ସୁଶ୍ରୀ ମୀରା ପାଢୀ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ହିନ୍ଦୀ କବିତା ପାଠ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ. କଲ୍ୟାଣୀ ମିଶ୍ର ଓ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ।

Leave A Reply

Your email address will not be published.