ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ଅନୁଷ୍ଠାନ “ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ଥାନୀୟ U tech Computer Institution ଠାରେ ଆଲୋଚନା ଏବଂ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ସଂଯୋଜକ ଲୋକନାଥ ମିଶ୍ରଙ୍କ ସଂଯୋଜନାରେ ସ୍ୱାଗତ ସମ୍ଭାଷଣ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ ଯୋଗଦେଇ ଥିବା ବେଳେ ବକ୍ତା ଭାବେ କଳ୍ପନା ପଟ୍ଟନାୟକ, ଅନୁଶ୍ରୀ ପଟ୍ଟନାୟକ , ସ୍ବତନ୍ତ୍ର ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ
ବେବର୍ତ୍ତା ଯୋଗଦେଇ ଥିବା ବେଳେ ବିଚାରକ ଭାବେ ଭାଗବତ ପାଢ଼ୀ , ଦେବଦତ୍ତ ବେବର୍ତ୍ତା ଯୋଗଦାନ କରିଥିଲେ।
ଜନସ୍ବାସ୍ଥ୍ୟ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ନାରୀ ସୁସ୍ଥ ସମାଜ ସମ୍ପର୍କରେ କହିଥିଲେ।
ସମ୍ପାଦିକା ତନୁଜା ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମାନସୀ ପଣ୍ଡା ସଭାପତିତ୍ବ କରିଥିଲେ।
ସତ୍ୟ କାର୍ଯୀ,ଶାଶ୍ଵତୀ ବେବର୍ତ୍ତା , ନନ୍ଦିନୀ ଲିମା , ନେତ୍ରାନନ୍ଦ ଶତପଥୀ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମମତା ପାଢ଼ୀ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post