ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ରାୟଗଡରୁ ସରୋଜ କୁମାର ସାହୁ: ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରାୟଗଡ ଜିଲ୍ଲାର ୧୧ ଗୋଟି ବ୍ଳକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ସେହିଭଳି ଜିଲ୍ଲା ସ୍ତରୀୟ ପାଳନ ଉପଲକ୍ଷେ ଶ୍ରୀମତୀ ଜୟନ୍ତୀ ପଦ୍ମଲାୟ ସାହୁ ଏବଂ ଶ୍ରୀମତୀ ଉଷା ରାଣୀ ଦାଶଙ୍କ ନେତୃତ୍ବରେ ରାୟଗଡ଼ା ଗଜପତି ଛକ ଠାରେ ଏକତ୍ରିତ ହୋଇ ମହିଳା ମାନଙ୍କୁ ସଚେତନ କରିବା ଉଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପହଞ୍ଚିଥିଲେ । ଭାରତୀୟ ମଜଦୂର ସଙ୍ଘ ତରଫରୁ ଏକ ସଭାର ଆୟୋଜନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାଶ, ମୂଖ୍ୟବକ୍ତା ଭାବେ ଆଦିବାସି ମଞ୍ଚର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବିଦୁଲତା ହୁଇକା, ସମ୍ମାନୀତ ଅତିଥି ଭାବେ ସୁଶ୍ରୀ ଭାଗ୍ୟଶ୍ରୀ ମିଶ୍ର ଏବଂ ଆଇନଜୀବୀ କିଶୋର କୁମାର ସାହୁ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା, ମହିଳା ସଶକ୍ତିକରଣ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।କର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ , ପାଚିକା ସଂଘ, ରାୟଗଡ଼ା ଜିଲ୍ଲା ମହିଳା ଶ୍ରମଜୀବୀ ସଂଘ , ମହିଳା ସ୍ଵୟଂସହାୟକ ଗୋଷ୍ଠୀର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ନେହା ସିଂ , ପ୍ରଶାନ୍ତ କୁମାର ପାଲ, କେ ନୀଳାଦ୍ରି , ରବି ନାରାୟଣ ଗୌଡ଼ , ଗଣେଶ୍ୱର ସାହୁ ଏବଂ ପରମାନନ୍ଦ ପ୍ରଧାନ କୋବିଡର ସମସ୍ତ ନିୟମ ଅନୁସାରେ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.