କଲ୍ୟାଣସିଂହପୁର :ପ୍ରଦୀପ ଦଲାଇ/ ବିଶ୍ୱ ମହିଳା ଦିବସରେ ମହିଳାଙ୍କୁ ସୁରକ୍ଷିତ ଓ ସ୍ୱାବଲମ୍ବୀ କରାଇବା ପାଇଁ ସାରା ବିଶ୍ୱ ର ସବୁ ସଂଗଠନ ଲାଗି ପଡିଛି। ଚାକିରୀ ଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଦେଶ ରକ୍ଷାପାଇଁ ସେନାରେ, ଜାହାଜ ଉଡାଇବା ଠାରୁ ଅନେକ ଗୁରୁତ୍ୱ ପୂର୍ଣ ସରକାରୀ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ସଶକ୍ତିକରଣ କରାଯିବାର ଦେଖା ଦେଇଛି। ସେହି ପରିପ୍ରେକ୍ଷୀରେ ଆଜି ବିଶ୍ୱ ମହିଳା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ସ୍ଥିତ ଏକ କୃଷି ସମ୍ପର୍କିତ ସଂସ୍ଥା ହର୍ଷା ଟ୍ରଷ୍ଟ। ଦୀର୍ଘ ୨ ବର୍ଷ ତଳୁ ଅଞ୍ଚଜଳର ସମସ୍ୟାକୁ ନେଇ ଏହି ସଂସ୍ଥା ଗ୍ରାମୀଣ କୃଷି ବିକାଶ ଓ ମହିଳା ସଶକ୍ତିକରଣ ପାଇଁ ଅନ୍ତଭିଡ଼ି ପରିବା, ଧାନ,ଫଳ ବଗିଚା ଭଳି କୃଷି ପାଇଁ ବିହନ, କୃଷି ଉପକରଣ, ଉର୍ବରକ,, କୀଟନାଶକ,ଓ ବିଶେଷ ଭାବରେ କୃଷି ସମ୍ୱନ୍ଧୀୟ ସରକାରୀ ସୁବିଧା ଗ୍ରାମୀଣ ଚାଷୀଙ୍କ ପାଖକୁ ପହଞ୍ଚାଇବା ରେ ସହାୟକ ହେଇଥିବା ମହିଳା ଚାଷୀମାନେ କହିଛନ୍ତି। ସଂସ୍ଥାର ମୁଖ୍ୟ ପ୍ରଦୀପ ଦୋରା ଏବଂ ବିଦୁଲତା ନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଏହି ସବୁ ସମ୍ଭବ ହେଇପାରିଛି ବୋଲି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ମହିଳା ଫେଡରେସନ୍ର ର ବୋର୍ଡ ଅଫ ଡ଼ାଇରେକ୍ଟର ସରିତା ପଟନାୟକ କହିଛନ୍ତି। ଆଦିବାସୀ ଅଂଚଳରେ ମହିଳା ମାନଙ୍କ ମଧ୍ୟରେ ସଂଗଠିତ କରି ଏକ ମା ସିତଲମା ଏଫ ପି ଓ ଘଠନ କରି ଏହା କିପରି ଲାଭବାନ ହେଇ ପାରିବ ଅଂଚଳର କୃଷି ଜାତ ପରିବା ଓ ଖସ୍ୟ ଶସ୍ୟ କୁ ବଜାରରେ ଉଚିତ ମୂଲ୍ୟ ମିଳିବ ଓ ମହିଳା ଚାଷୀ ମାନେ କିପରି ସ୍ୱାବଲମ୍ବୀ ହେବେ ସେଥିପାଇଁ ଏହି ସଂସ୍ଥାର ଅତୁଳନୀୟ ଅବଦାନ ରହିଛି ବୋଲି ସଭାପତି ଜୟନ୍ତୀ କୌଶଲ୍ୟା କହିଛନ୍ତି।ଗତ ୨ ବର୍ଷ ହେଲା ନିଜ ଗୃହର ଆର୍ଥିକ ସ୍ଥିତି କୁ ସନ୍ତୁଳନ କରିବା ସହ ନିଜ ଆଖ ପାଖ ଅଂଚଳର ମହିଳାଙ୍କୁ ମଞ୍ଜି ବଣ୍ଟନ ପରିବା ଚାଷ ସମ୍ୱନ୍ଧୀୟ ତାଲିମ ପ୍ରଦାନ, ଉତ୍ତମ ମାନର ବିହନ ଓ ଉତ୍ପାଦିତ ପରିବାର ବଜାରୀ କାରଣ କରିବାରେ ସହାୟକ ହେଇଚୁ ଏବଂ ଆଗକୁ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସ୍ୱାବଲମ୍ବୀ କରିବାରେ ଚେଷ୍ଟା କରିବୁ ବୋଲି ସଂସ୍ଥାର ମୁଖ୍ୟ ଶ୍ରୀ ଦୋରା କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ କୌଣସି ସେଲିବ୍ରେଟଙ୍କୁ ମୁଖ୍ୟ ଆସନରେ ନ ବସାଇ ସଫଳ ମହିଳା ଚାଷୀ ସାଧାଇ ପିଡିସିକା,ଅନିତା ନାଚିକ,କଚିଆ ତିର୍ମଣୀ,ସୁନିତା କଚିଆ ,ପ୍ରମିଳା ନାୟକଙ୍କୁ ସଂମାନିତ ଅତିଥି କରାଯାଇଥିଲା।ଏହା ବ୍ୟତୀତ ମହିଳା ଚାଷୀଙ୍କୁ ନେଇ ପାରମ୍ପରିକ, ଆଦିବାସୀ ନୃତ୍ୟ, ଢେମସା, ଓ ଦେଶିଆ ନାଚରେ ନାଚି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ସଭାରେ ବସିଥିବା ସମାଷ୍ଟଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଦୋରା ପରିଚାଳନା କରିଥିଲେ ସେହିଭଳି ବରିଷ୍ଟ ସାମ୍ବାଦିକ ଓ ସମାଜସେବୀ ଧନେଶ୍ବର ରାଉତ ମହିଳା ସୁରକ୍ଷା, ଆଇନର ଦିଗ, ଓ ପୁରାଣ ବେଦରେ କିପରି ଭାରତୀୟ ମହିଳାଙ୍କୁ ଗୁରୁତ୍ୱ ରହିଛି ସେ ବିଷୟରେ ବିଝାଇ ଥିଲେ। ଏହି ପରିପ୍ରେକ୍ଷୀରେ ବନ୍ଧନ ଗ୍ୟାସ ଗ୍ରାମୀଣ ବିତରକ ତରଫରୁ ଅନାମିକା ଦାସ ଓ ସନ୍ତୋଷ ଦାସ ମହିଳାଙ୍କୁ କିଭଳି ସୁରକ୍ଷିତ ଭାବରେ ଗ୍ୟାସ ର ବ୍ୟବହାର କରିବେ ସେ ବିଷୟରେ ବିଷାଦ ଭାବେ ପ୍ରଦର୍ଶନୀ ମାଧ୍ୟମରେ ବୁଝାଇ ଥିଲେ । ଏହି ବ୍ଲକରୁ ୧ ସହ ଗ୍ରାମରୁ ୬୦୦ ଉର୍ଦ୍ଧ ମହିଳା ମାନେ ସ୍ବେଛାକୃତ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଂସ୍ଥାର ଅନେକ କର୍ମଚାରୀ, ଓ ସ୍ବେଚ୍ଛା ସେବୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post