ବରଗଡ :- ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ବରଗଡ଼ ଜିଲ୍ଲା ସୋହେଲା ଠାରେ , ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀର ଏକ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ତଥା ଆମ୍ବଭନା ରୁ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ନୀଳ କୁମାରୀ ନାୟକ, ସମ୍ମାନୀତ ଅତିଥି ଭାବେ ସୋହେଲା ବ୍ଲକ ମହିଳା ସଭାପତି ଶ୍ରୀମତି ହିମାଳୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତି କଳ୍ପନା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ରୋଜି ନାୟକ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମିତା ବିଶି, ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ଶ୍ରୀ ଗଣତନ୍ତ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଜିବର୍ଦ୍ଧନ ବରିହା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା , ଚାଷୀ ନେତା ତଥା ପୂର୍ବତନ ସରପଞ୍ଚ ଶ୍ରୀ ରବି ଶଙ୍କର ପ୍ରଧାନ,ଶ୍ରୀ ହୃଷୀକେଶ ସାହୁ, ଶ୍ରୀ ଚୌବର୍ଗ ସାହୁ,ବିଭିନ୍ନ ପଂଚାୟତରୁ ଆସିଥିବା ସମିତି ସଭ୍ୟ,ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଅନ୍ୟାନ୍ୟ ମହିଳା ନେତ୍ରୀ ମାନେ ଯୋଗ ଦେଇଥିଲେ ।
ପ୍ରତ୍ୟେକ ନାରୀଙ୍କ ପାଖରେ ଏକ ସ୍ଵତନ୍ତ୍ର ଶକ୍ତି ଅଛି, ପ୍ରତ୍ୟେକ ନାରୀ ଅସାଧାରଣ , ଆଜିର ନାରୀ ସବୁ କିଛି କରିବାରେ ସକ୍ଷମ , ବିଶ୍ୱରେ ଆଜି ନାରୀ ଶକ୍ତି ନିଜର ସଫଳତା ପାଇଁ ପ୍ରଶଂସନୀୟ । ସୃଷ୍ଟିର ପ୍ରାରମ୍ଭରୁ ଏଯାବତ ନାରୀ ନିଜର ଶକ୍ତିର ଉପଯୋଗ କରି ସଂସାର କୁ ସୁନ୍ଦର ଭାବରେ ସଜେଇ ରଖିବା ସହିତ ସମାଜ ଗଢିବାରେ ନିଜର ଶକ୍ତି ଓ ଦଇତ୍ୱର ନିର୍ବାହନ କରି ଆସିଛି ଓ କରିଚାଲିଥିବ ବୋଲି ଜିଲ୍ଲା ସଭାପତି ଶ୍ରୀମତୀ ନାୟକ କହିଥିବା ବେଳେ , ନାରୀ ଆଜି ସଶକ୍ତ , ସମାଜ କୁ ଗଢି ତୋଳିବାରେ ମହିଳା ମାନଙ୍କର ଅବଦାନ ଅତୁଳନୀୟ ତେଣୁ ନାରୀ ସବୁ ସମୟରେ ପୂଜ୍ୟ ଏହି ମହିଳା ଦିବସ ଅବସରରେ ମାତୃ ଶକ୍ତିକୁ ପ୍ରଣାମ ବୋଲି କହିଛନ୍ତି ଶ୍ରୀ ସୁବ୍ରତ ବେହେରା ।
ସେହିଭଳି ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ବିଜେପୁର ଠାରେ ଦଳର ମହିଳା କର୍ମୀ ଓ ପଦାଧିକାରୀ ମାନଙ୍କର ଦ୍ୱାରା ମହିଳା ଦିବସ ପାଳନ କରାଯାଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କର ଦ୍ୱାରା ମହିଳା ମାନଙ୍କୁ ସସକ୍ତ କରିବା ପାଇଁ କରାଯାଇଥିବା ଯୋଜନା ସବୁ ବାବଦରେ ଚର୍ଚ୍ଚା କରିବା ସହିତ ତୃଣମୂଳ ସ୍ତରରେ ଥିବା ମହିଳା ମାନଙ୍କ ଆହୁରି ସଶକ୍ତ ଓ ସକ୍ଷମ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିବ ବୋଲି ଦଳର ନେତ୍ରୀ ମାନେ କହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post