ପ୍ରକୃତିବନ୍ଧୁ ତଥା ସଫଳ ଚାଷୀଙ୍କ ପରଲୋକ

0

ଗଣିଆ,(ନୟାଗଡ଼) -ଗଣିଆ ଥାନା ଏରୁଣ୍ଡିପଥର ଗ୍ରାମର ସଚ୍ଚିପଣ୍ଡାଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି । ଘରେ ଥିବା ଅବସ୍ଥାରେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଂଗେ ସଂଗେ ଗଣିଆ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ମାଟିର ମଣିଷ ଭାବେ ଗଣିଆ ଅଞ୍ଚଳରେ ସେ ବେଶ୍ ପରିଚିତ ଥିଲେ। ମାଟି ସହିତ ଦିନତମାମ ପରିଶ୍ରମ କରି ସେ ସୁନାର ଫସଲ ଉପୁଜାଇପାରୁଥିଲେ। ସଫଳ ଚାଷୀ ଭାବେ ସେ ବହୁବାର ପୁରସ୍କୃତ ହୋଇଛନ୍ତି। ଧାନ ଚାଷ ଠାରୁ ଆରମ୍ଭ କରି ଛତୁଚାଷ କରିବା ନିଜ ଫାର୍ମରେ ଲେମ୍ବୁ, ଆମ୍ବ ପଣସ, କାଜୁ ଚାଷକରି ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ବନବିଭାଗ ତରଫରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ଦିଆଯାଇଥିଲା । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ନୂତନ ସରପଞ୍ଚ ଗିରିଧାରୀ ସେଠୀ ମୃତକଙ୍କ ବାସଭବନରେ ପହଞ୍ଚି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।

Leave A Reply

Your email address will not be published.