ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ

0

ଅନୈତିକ ସମ୍ପର୍କ ଅଭିଯୋଗ ନେଇ ପ୍ରେମିକକୁ ଗଛରେ ବାନ୍ଧି ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେବା ଭିଡିୟୋ ଭାଇରାଲ,୭ ଗିରଫ

ନବରଙ୍ଗପୁର / ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ଗ୍ରାମବାସୀ କଙ୍ଗାରୁ କୋର୍ଟ ରେ ତାଳିବାନୀ ଷ୍ଟାଇଲରେ ଦଣ୍ଡ ଦେଇଛନ୍ତି ,ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ ଭାଇରଲ ହେବାରେ ଲାଗିଛି। ଏକ ଖୁଣ୍ଟ ରେ ଯୁବକ ଜଣକୁ ବାନ୍ଧି ଉଲଗ୍ନ କରି ଦଣ୍ଡ ଦିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ଅନୁସାରେ, ଗତ ୨୮ ଫେବୃୟାରୀ ରାତିରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ ଜଣେ ବିବାହିତ ମହିଳାଙ୍କୁ ଭେଟିବାକୁ ରାତି ଅଧରେ ମହିଳାଙ୍କ ଘରକୁ ପୁରୁଣା ପ୍ରେମିକ ଗୋପି ମୁଦୁଲି ଆସିଥିଲେ । ଏହି ବିଷୟରେ କୌଣସି ପ୍ରକାର ଉକ୍ତ ମହିଳାଙ୍କ ସ୍ୱାମୀ ଜାଣିବା ପରେ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଧରିଥିଲେ, ଏବଂ ଗ୍ରାମବାସୀ ମାନଙ୍କୁ ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଯୁବକର ଗୁପ୍ତାଙ୍ଗରେ ସିଗାରେଟରେ ଚେଙ୍କ ଦେଇଥିଲେ । ଏବଂ ଉକ୍ତ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ଗ୍ରାମବାସୀ ମିଶି ପ୍ରେମିକ ଓ ମହିଳାଙ୍କୁ ଗାଁରୁ ତଡି ଦେଇଥିଲେ। ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ମୋବାଇଲ ରୁ ମୋବାଇଲ ଘୁରି ବୁଲିବା ପରେ ମୈଦଲପୁର ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇ ଅଭିଯୁକ୍ତଙ୍କ ଗିରଫଦାରୀ ଆରମ୍ଭ ହୋଇଛି ।ସ୍ୱାମୀ ଆନନ୍ଦ ଗୌଡ଼ ଙ୍କ ସହ ୮ ଅଭିଯୁକ୍ତଙ୍କୁ ଗିରଫ କଲା ପାପଡାହାଣ୍ଡି ପୋଲିସ, ଭାଇରଲ ଭିଡ଼ିଓକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉଥିବା ନେଇ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା କହିଛନ୍ତି।

Leave A Reply

Your email address will not be published.