୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଗୋଟିଏ କାହାଣୀ’

0

ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ପାରିବାରିକ ନାଟକ ‘ଗୋଟିଏ କାହାଣୀ’ । ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ବିମଳ କୁମାର ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତିରଞ୍ଜନ ଦାଶ । ପଞ୍ଚଧ୍ୱନୀ ନାଟ୍ୟ ପରିଷଦ,ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ଦୀପ୍ତିରଂଜନ ଦାଶ ଯୋଗଦାନ କରିଥିଲେ । ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ସୁଖଦୁଃଖ ଏବଂ ଉଥାନ ପତନ ମଧ୍ୟରେ କିପରି ସଂସାର ଚାଲିଛି ସେ ବିଷୟରେ କଳାକାର ମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ନାଟକରେ ସୁନୀଲ, ପ୍ରସାଦ ଏବଂ ଖୁସି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଚତୁର୍ଥ ସଂଧ୍ୟାର ନାଟକକୁ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀଙ୍କ ସମେତ ଶେଖ ଅବଦୁଲ ଖାଲିକ,ଲକ୍ଷ୍ମୀଧର ସାହୁ,ଉମାକାନ୍ତ ମିଶ୍ର,ଅଶୋକ କୁମାର ମଲ୍ଲ ,ବସନ୍ତ କୁମାର ମିଶ୍ର, ନିର୍ମଳ ଶୁରଦେଓ,ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ପରିଚଳାନାରେ ସହଯୋଗ କରିଥିବା ବେଳେ ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ ।

Leave A Reply

Your email address will not be published.