ତୁମୁରିପାଣି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବରଗଡ଼ :ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. ଏହି କାର୍ଯ୍ୟକ୍ରମରେ ସମଗ୍ର ଗ୍ରାମବାସୀ ଅଂଶଗ୍ରହଣ କରିଛନ୍ତି.ପ୍ରଥମେ ଗାଁ ମୁଣ୍ଡରୁ ପୁଟୁକି ଡୁଙ୍ଗୁରୀରୁ ଗରୁଡ଼ ସ୍ତମ୍ଭ ସ୍ଥାପନ ପାଇଁ ରେଙ୍ଗାଳ ଗଛ ଅଣାଯାଇଥିଲା. ଗ୍ରାମର ସମସ୍ତେ ଗିନୀ,ମୃଦଙ୍ଗ ଧରି ଏହାକୁ ଆଣିବାକୁ ଯାଇଥିଲେ.ଏହାପରେ ପଣ୍ଡିତ ଶ୍ରୀ ଶ୍ରୀ ଝଷକେତନ ନନ୍ଦଙ୍କ ଦ୍ୱାରା ବେଦ ଉଚ୍ଚାରଣ କରାଯାଇଥିଲା ଏବଂ ଏଥିରେ ଗ୍ରାମର ମହିଳା ମାନେ ବିଭିନ୍ନ ପୂଜାସମଗ୍ରୀ ଆଣି ପୂଜାରେ ଉପସ୍ଥିତ ଥିଲେ.ଏହି ଭୂମିପୂଜନ କାର୍ଯ୍ୟକ୍ରମର କର୍ତ୍ତା ହିସାବରେ ଇନ୍ଦ୍ରମଣି କରୁଆଲ,ଡାକ୍ତର ଲମ୍ବୋଦର ପଣ୍ଡା ,ଶିବ ମାଝୀ, ମକରଧ୍ଵଜ ମାଝୀ, ଚୁଡାମଣି ଧିଣ୍ଡା ,ରବୀନ୍ଦ୍ର ପଟେଲ କାର୍ଯ୍ୟ ତୁଲାଇଥିଲେ.ଏହି କାର୍ଯ୍ୟକ୍ରମର ସଭାପତି ଭାବରେ ହେମାନନ୍ଦ ଚୌଧୁରୀ,ସମ୍ପାଦକ ଲକ୍ଷ୍ମଣ କୁମ୍ଭାର, ୱାର୍ଡ ସଭ୍ୟ ଶିବପ୍ରସାଦ ଛତର ,ସାହାଣୀରାମ ଚୌଧୁରୀ ଏବଂ ଚୁଡାମଣି ଧିଣ୍ଡା ଭାର ଗ୍ରହଣ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପଟେଲ, ସହଦେବ ହଂସ, ପିତାମ୍ବର ପଟେଲ ,ରାମ ଚନ୍ଦନ, ପାହାରୁ ପୁଞ୍ଜି,ମହେନ୍ଦ୍ର ରଣା,ଅନିରୁଦ୍ଧ ରଣା, ତ୍ରିଲୋଚନ ମିର୍ଧା,ଇନ୍ଦ୍ରଜିତ ତାଣ୍ଡି ଆଦି ଉପସ୍ଥିତ ଥିଲେ.କାର୍ଯ୍ୟକ୍ରମ ପରେ ସମସ୍ତ ଭକ୍ତବୃନ୍ଦଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.