ଭୁବନେଶ୍ୱର- ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି ।
ପ୍ରତିଷ୍ଠାତା ସଭାପତି ତଥା ବର୍ତମାନର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତିଙ୍କୁ ଅସମ୍ମାନ କରିବା, ହ୍ୱାଟ୍ସ ଆପ ଗ୍ରୂପରେ ଭୂଲ୍ ତଥ୍ୟ ପରିବେଷଣ କରିବା, ଅଶାଳୀନ ମନ୍ତବ୍ୟ ଦେବା ଏପରିକି ସମୃଦ୍ଧ ଓଡ଼ିଶାର ବିଚାର ବର୍ହିଭୁତ କାର୍ଯ୍ୟ କରୁଥିବା ଯୋଗୁ ପ୍ରଣବ ଛୋଟରାୟଙ୍କୁ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ସମୃଦ୍ଧ ଓଡ଼ିଶା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ତାଙ୍କ ପାଖକୁ ପଠାଇବା ସହ ଦଳର ସଦସ୍ୟ ପଦରୁ ଶ୍ରୀ ଛୋଟରାୟଙ୍କୁ ନିଲମ୍ବନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post