ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଚ୍ଚଶିକ୍ଷା ବିଭାଗ , ଭୁବନେଶ୍ବରଙ୍କ ନିର୍ଦ୍ଦେଶାନୁଯାୟୀ , ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ଏକ ତାଲିମ ଶିବିର , ଭୁବନେଶ୍ବର ସ୍ଥିତ କରାଟେ ତାଲିମ କେନ୍ଦ୍ରରେ ତା ୦୩.୦୩.୨୦୨୨ ରିଖ ରୁ ତା ୦୯.୦୩.୨୦୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଜପତି ଜିଲ୍ଲାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ , ମହିଳା ସ୍ନାତକ ମହାବିଦ୍ୟାଳୟ ( ପାରଳାଖେମୁଣ୍ଡି) , ମୀନ କେତନ ଡିଗ୍ରୀ ମହାବିଦ୍ୟାଳୟ (ଗୁରାଣ୍ଡି) , ଶ୍ରୀରାମ ଡିଗ୍ରୀ ମହାବିଦ୍ୟାଳୟ (କାଶୀନଗର) ଏହି ଚାରୋଟି ମହାବିଦ୍ୟାଳୟର ୧୨ ଜଣ ଛାତ୍ରୀ ତାଲିମ ଶିବିର ଯୋଗ ଦେଇଛନ୍ତି।
ଏହି ଛାତ୍ରୀମାନେ ‘ମାଷ୍ଟର ଟ୍ରେନର୍’ ହେଇ ଫେରିବା ପରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସଂପର୍କରେ ତାଲିମ ଦେବାକୁ ସକ୍ଷମ ହୋଇପାରିବେ। ଏହି ତାଲିମ ଶିବିରରେ ଯୋଗ ଦେବା ପାଇଁ ଛାତ୍ରୀମାନେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ନୋଡାଲ୍ ଅଫିସର୍ ଡ. ପି. ନିରଜା ଓ ମହିଳା ସ୍ନାତକ ମହାବିଦ୍ୟାଳୟ ଗୃହ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମଧୁସ୍ତିତା ପ୍ରଧାନଙ୍କର ତତ୍ବାବଧାନରେ ଯାତ୍ରା କରିଛନ୍ତି ।
ଉଚ୍ଚ ଶିକ୍ଷା ବିଭାଗ ଭୁବନେଶ୍ବର ତରଫରୁ ଆୟୋଜିତ ଏହି ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମକୁ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ସମେତ ଅନ୍ୟ ତିନୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ପ୍ରଶଂସା କରିବା ସହିତ ଉଚ୍ଚ ଶିକ୍ଷା ବିଭାଗର ଏହି ଅଭିନବ ପ୍ରୟାସକୁ ସ୍ଵାଗତ ମଧ୍ୟ କରିଛନ୍ତି ।
ଏହି ତାଲିମ ଶିବିରରେ ଯେଉଁ ମାନେ ଯୋଗ ଦେଇଛନ୍ତି ସେମାନେ ହେଲେ ମୋହିନୀ ଶବର , ମେଘା ବେହେରା , ନିତୁ ଜେନା , ଗାୟତ୍ରୀ କାନି , କେ. ଜୟଲକ୍ଷ୍ମୀ , ଜ୍ୟୋତି ଭୂୟାଁ , ପ୍ରଭାସିନୀ ଭୂୟାଁ , ବନ୍ଦନା ଦୀପିକା , ପ୍ରଜ୍ଞାବତୀ ରଇତ , ଶ୍ରୀୟା ଦାସ୍ , ସାଗରିକା ପାତ୍ର ଓ ରେଶମା ପଣ୍ଡା।
Sign in
Sign in
Recover your password.
A password will be e-mailed to you.