ଭଞ୍ଜନଗର,/ନିଲୁ ବିଷୋୟୀ : ଭଞ୍ଜନଗର ମରାଠୀ ସାହିର ଜାତୀୟ ସ୍ତରର ଖ୍ୟାତି ସମ୍ପର୍ଣ୍ଣ ଫୁଲବଲ ଖେଳାଳୀ ଏ. ନରେଶ(୩୪)ଙ୍କ ଅକାଳ ବିୟୋଗ ଗତ ଦେଢ଼ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ କୋଭିଡ଼ କଟକଣା ଯୋଗୁଁ କୌଣସି କାର୍ଯ୍ୟକ୍ରମ କରିବା ସମ୍ଭବପର ନଥିଲା।ତେଣୁ ବୁଧବାର ଭଞ୍ଜନଗର ସହରର ଆବାଳ ବୃଦ୍ଧ ବନିତା ଫୁଟବଲ ପ୍ରେମୀ ଏକାଠି ହୋଇ ଏକ କ୍ୟାଣ୍ଡେଲ ରାଲିର ଆୟୋଜନ କରିଥିଲେ। ଏହି ଶୋଭାଯାତ୍ରା ମରାଠୀ ସାହିରୁ ବାହାରି ମେନ ରୋଡ଼ ଦେଇ ମହାବୀର ଛକରେ ପହଞ୍ଚିବା ପରେ ସେଠାରେ ନୀରବ ପ୍ରାର୍ଥନା ସହ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ନରେଶ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଭବାନୀ ପାଟଣା ସ୍ପୋର୍ଟସ ହଷ୍ଟେଲରେ ଯୋଗ ଦେଇଥିଲେ।ତାପରେ କଟକ ସ୍ପୋର୍ଟସ ହଷ୍ଟେଲରେ ରହି ୪ଥର ସନ୍ତୋଷ ଟ୍ରଫି ଖେଳିବାର ସୁଯୋଗ ପାଇ ୨ଥର ଅଧିନାୟକ ଦାୟୀତ୍ୱ ତୁଲାଇଥିଲେ।ସେଠାରେ ତାଙ୍କ ଖେଳ ପ୍ରତିଭା ଦେଖି ମୁମ୍ବାଇ ଓଏନଜିସି ଫୁଟବଲ କ୍ଲବ ନିଜ ଟିମରେ ତାଙ୍କୁ ସାମିଲ କରିଥିଲା।ସେଠାରେ ମଧ୍ୟ ସେ ୬ବର୍ଷ ବିଭିନ୍ନ ଜାତୀୟ ଦଳ ବିପକ୍ଷରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଅଧିନାୟକ ହୋଇ ପାରିଥିଲେ।ଗତ କୋଭିଡ଼ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କର ପରଲୋକ ଘଟିଥିଲା। ତେଣୁ ଏହି ମହାନ ଖେଳାଳିଙ୍କ ସ୍ମୃତିରେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.