କବି ହରପ୍ରସାଦ ଓ ଦେବୀ ପ୍ରସନ୍ନଙ୍କ ଶ୍ରଦ୍ଧାଞ୍ଜଳି ସମାବେଶ

0

ଭଞ୍ଜନଗର/ନିଲୁ ବିଷୋୟୀ -ଓଡ଼ିଆ ସାହିତ୍ୟର ଦୁଇ ଅମ୍ଳାନ ପ୍ରତିଭା ବରିଷ୍ଠ କବି, ସାହିତ୍ୟିକ ହର ପ୍ରସାଦ ପରିଛା ପଟ୍ଟନାୟକ ଓ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଭୟଙ୍କର ଗତ କିଛି ଦିନ ବ୍ୟବଧାନରେ ପରଲୋକ ଘଟିଛି।ଆବାହକ କବି ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରଚେଷ୍ଟାରେ ସେହି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଙ୍ଗଳବାର ଭେଜିପୁଟ ଠାରେ ଭଞ୍ଜନଗର ସାଂସ୍କୃତିକ ପରିଷଦ ଓ ଆନନ୍ଦ ସଙ୍ଗୀତାୟନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସମୋବେଶ ଅନୁଷ୍ଠିତ ହୋଇଥିଲା।ଉଭୟେ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ବହୁ ଉଚ୍ଚ ପଦବୀରେ ରହି ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଥିଲେ।ଦୁହିଁଙ୍କର ଅନେକ ଗୁଡିଏ ଲୋକପ୍ରିୟ କବିତା,ଗଳ୍ପ ଓ ଉପନ୍ୟାସ ବେଶ ଲୋକପ୍ରିୟ ହୋଇପାରିଛି।ଏଥି ସହ କବି ହର ପ୍ରସାଦ ଓଡ଼ିଆ ଦୈନିକ ସମ୍ବାଦ ପତ୍ର ସର୍ବସାଧାରଣର ସମ୍ପାଦକ ଥିଲେ।ତେଣୁ ସେଭଳି ମହାନ ବ୍ୟକ୍ତିତ୍ୱ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଚିର ସ୍ମରଣୀୟ ବୋଲି ବହୁ ସାହିତ୍ୟ ପ୍ରେମୀ ନିଜ ନିଜର ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୋତିଲଲ ପତି,ଅଶୋକ ସାହୁ, ପ୍ରଶାନ୍ତ ମହାନ୍ତି,ଅଶୋକ ମହାନ୍ତି, ସନ୍ତୋଷ କୁମାର ଜେନା, ନାରାୟଣ ମହାରଣା,ବଂଶୀଧର ଶଢଙ୍ଗୀ,ଅରୁଣାଞ୍ଚଳ ପତି,ସାମ୍ବାଦିକ ଜେ.କେ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅଭିଳାଷ ମହାପାତ୍ର ବେଦ ପାଠ କରିଥିବା ବେଳେ ସାମ୍ବାଦିକ ଲୋକନାଥ କର, ବିଶ୍ବମ୍ବର ଜେନା, ସର୍ବସାଧାରଣ ପ୍ରତିନିଧି ମନୋଜ କୁମାର କର ଓ ଅନ୍ୟମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.