ମହା ଶିବରାତ୍ରି ଉପଲକ୍ଷେ ଭଜନ ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଷ୍ଟାଡିୟମ ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହା ଶିବରାତ୍ରି ଉପଲକ୍ଷେ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରେକର୍ଡିଙ୍ଗ ହୋଇଥିବା ଏକ ଶିବ ଭଜନକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ କରକମଳରେ ଉନ୍ମୋଚିତ କରାଯାଇଥିଲା।
ବାଦ୍ୟଯନ୍ତ୍ରରେ କି ବୋର୍ଡରେ ସଙ୍ଗୀତ ବିଦ୍ୟାଳୟର ଗୁରୁ ଶ୍ରୀ ଏମ. ମାଧବ ପାତ୍ର , ତବଲାରେ ଶ୍ରୀ ସୁନିର କୁମାର ବିଶ୍ବାସ, ବ୍ରହ୍ମପୁର ଓ ପ୍ୟାଡରେ ଜି ସନ୍ତୋଷ କୁମାର ସହଯୋଗ କରିଥିଲେ। ଭକ୍ତି ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ ଭଜନ ପରିବେଷଣ କରିଥିଲେ। ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.