ରାୟଗଡ ଜିଲ୍ଲାପାଳଙ୍କ ପୁଟ।ସିଂ ଗସ୍ତ , ନୂତନ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟ।ସିଂ ଅଞ୍ଚଳ ଗସ୍ତ କରି କେରେବା ଓ ଅବଡ ଠରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କରିଥିଲେ । ପୁଟ। ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ମାତୃ ଶିଶୁ ସୁରକ୍ଷା ନିମନ୍ତେ ଆବଶ୍ୟକ ସଚେତନତା ସୃଷ୍ଟି କରିବା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଶ୍ରୀ ମିଶ୍ର ଶିଶୁ ମାନଙ୍କ ପାଇଁ ଶୁଖିଲା ଖାଦ୍ୟର ପ୍ୟାକେଟ ବଣ୍ଟନ କରିଥିଲେ l ବିଳମ୍ବରେ ଵିଵାହ କରିଥିବା ୧୦ଜଣ ମହିଳାଙ୍କୁ ୨୦(କୋଡିଏ)ଟଙ୍କା ଲେଖାଏଁ ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ l ଆୟ ବୃଦ୍ଧି ନିମନ୍ତେ ୭(ସାତ)ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ତ୍ତିକ ସହାୟତା ପ୍ରଦାନ କରିଛନ୍ତି l ଦାରିଦ୍ର୍ୟ ଦୂରୀକରଣ ପାଣ୍ଠି ଯୋଜନାରେ ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧(ଏକ)ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ l ଏହି ଗସ୍ତ ସମୟରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଗ୍ରାମବାସୀ ମାନେ ଵିଶେଷ କରି ବିଦ୍ଧବା ଭତ୍ତା, ପିଇବା ପାଣି, ବିଦ୍ୟତ କାରଣ ଓ ରାସ୍ତlଘାଟ ନିର୍ମାଣ କରିବା ନିମନ୍ତେ ଦାବି ଜଣାଇଥିଲେ l
ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମ୍ବରର ଲାଞ୍ଜିଆ ସୌରା ଉନ୍ନୟନ ପ୍ରକଳ୍ପର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଚୈତନ୍ୟ ମାଝୀ, ପ୍ରକଳ୍ପ ପରିଚାଳକ ଶ୍ରୀ ମୋହିତ ସେନାପତି, କନିଷ୍ଠ କୃଷି ଅଧିକାରୀ ଶ୍ରୀ ଯଶୋବନ୍ତ ନାୟକ, ନ୍ୟୁଟ୍ରିସନ କୋଡ଼ିନେଟର ଶ୍ରୀ ରାଜେଶ ବେହେରା, ଶକ୍ତି ଅନୁଷ୍ଠାନର ଅଖିଳ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.