ହାଟଡିହୀ: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞରେ ବିଶ୍ୱ ଶାନ୍ତି ସ୍ଥାପନ ପରିପ୍ରେକ୍ଷୀରେ ଘୃତାହୁତି ପ୍ରଦାନ କରାଯାଇଥିଲା। ଚକରିଆଶୁଣୀ ମନ୍ଦିର ଟ୍ରଷ୍ଟର ପରିଚାଳନାରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଶାନ୍ତି ଯଜ୍ଞ ଅନୁଷ୍ଠାନ କରାଯାଇଥାଏ। ଚଳିତବର୍ଷ ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ଅବସାନ ନିମନ୍ତେ ସମୂହ ଯଜମାନ ଆହୁତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ ଏବଂ ସରପଂଚ ହରପ୍ରିୟା ଦଣ୍ଡପାଟ ଓ ତାଙ୍କ ପ୍ରତିନିଧି ଅଜୟ କୁମାର ଘଡ଼େଇ, ସମିତି ସଭ୍ୟା ଦମୟନ୍ତୀ ଜେନାଙ୍କ ପ୍ରତିନିଧି ଅଭୟ କୁମାର ଜେନା, ଦୁର୍ଗା ପ୍ରସାଦ ଆଇଚ, ଅଭୟ କୁମାର ବିଶ୍ୱାଳ, ଗୌରଙ୍ଗ ସାମଲ ଓ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଆହୁତି ପ୍ରଦାନ ପୂର୍ବକ ଟ୍ରଷ୍ଟର କାର୍ଯ୍ୟକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଟ୍ରଷ୍ଟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଶ୍ରୀ ଦାସ କ୍ରମାଗତ ଭାବେ ସହଯୋଗ କରିଆସୁଛନ୍ତି। ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ରଥ, ଗୟାଧର ମିଶ୍ର, ରମେଶ ରଥ, ଅଭିରାମ ରଥ, ରତ୍ନାକର ପତି ଓ ରଞ୍ଜିତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.