ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସର୍ବାଧିକ ୭୦%ଭୋଟ ପାଇ ରେକର୍ଡ଼ ବିଜୟ ଲାଭ

0

ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଲେ ଭାବନା ସିଂ

ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦାର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବରେ ପ୍ରଥମ ଥର ବିଜୁ ଜନତା ଦଳର ସମ୍ମର୍ଥୀତ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ ଶ୍ରୀମତୀ ଭାବନା ସିଂ । ଅଂଚଳର କର୍ମୀ ଓ ସମ୍ମର୍ଥକ ମାନଙ୍କର କଠୋର ପରିଶ୍ରମ ଓ ବିଜୁ ଜନତା ଦଳର ନେତୃ ମଣ୍ଡଳୀ ଓ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ସମ୍ମର୍ଥନ ତଥା କେଛୋଦାଦାର ପଞ୍ଚାୟତ ବାସୀ ଙ୍କର ଆଶୀର୍ବାଦ ରୁ ଭାବନା ସିଂ ପଞ୍ଚାୟତ ରେ ହୋଇଥିବା ସମିତି ସଭ୍ୟ ପଦର ନିର୍ବାଚନ ରେ ଏକ ପାଖିଆ ଭାବରେ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ସମ୍ମର୍ଥୀତ ପ୍ରାର୍ଥୀ ଶ୍ରୀମତୀ ସନ୍ତୋଶିନୀ ଦିଶ୍ରୀ ଙ୍କୁ 1452 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରିଥିଲେ । ପଞ୍ଚାୟତ ରେ ସମୁଦାୟ ୩୧୧୭ ଖଣ୍ଡ ଭୋଟ ପଡିଥିବା ବେଳେ ସେଥିରୁ ୧୧୨ ଖଣ୍ଡ ଭୋଟ ନାକଚ ହୋଇ , ଶ୍ରୀମତୀ ସିଂ ୨୧୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ଦିଶ୍ରୀ ମାତ୍ର ୭୨୧ ଖଣ୍ଡ ଭୋଟ ପାଇଥିଲେ । କହିବାକୁ ଗଲେ ପାଇକମାଲ ବ୍ଲକ ରେ ହୋଇଥିବା ଚଳିତ ପଞ୍ଚାୟତ ନିର୍ବାଚନ ରେ ସମିତି ସଭ୍ୟ ପଦ ପାଇଁ ସର୍ବାଧିକ ୭୦%ଭୋଟ ପାଇ ରେକର୍ଡ ବିଜୟ ଲାଭ କରିଥିଲେ । ନିଜର ବିଜୟ ପାଇଁ ଶ୍ରୀମତୀ ସିଂ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ବିଜୁ ଜନତା ଦଳର ସମସ୍ତ କର୍ମୀ , ଓ କେଛୋଦାଦାର ପଞ୍ଚାୟତ ବାସୀ ଙ୍କର ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.