ବାସୁଦେବପୁର ପଞ୍ଚାୟତ ସମିତି : ଅଧ୍ୟକ୍ଷ କୁ ନେଇ କଂଗ୍ରେସ ଆଗୁଆ, ନିର୍ଣ୍ଣାୟକ ଭୂମିକାରେ ସ୍ଵାଧୀନ

0

ବାସୁଦେବପୁର(ପ୍ରତାପ ପାଢ଼ୀ ): ଆଜି ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଶେଷ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୨୦ ଓ ୨୧ ପାଇଁ ଭୋଟ ଗଣତି ଆରମ୍ଭ ହୋଇ ଥିବା ବେଳେ ଉକ୍ତ ଜୋନ୍ ମଧ୍ୟ ରେ ଆସୁ ଥିବା ୧୬ଗୋଟି ପଞ୍ଚାୟତ ର ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଙ୍କ ର ମଧ୍ୟ ଭୋଟ ହୋଇଥିବା ଗଣତି ଆରମ୍ଭ ହୋଇ ଯାଇଛି। ପୂର୍ବ ରୁ ଗଣତି ହୋଇଥିବା ଜୋନ୍ ୧୭,୧୮,୧୯ ପାଇଁ ଭୋଟ ଗଣତି ରେ ବିଜେଡ଼ି ସମସ୍ତ ଜିଲ୍ଲା ପରିଷଦ ହାତେଇ ଥିବା ବେଳେ କଂଗ୍ରେସ ଓ ବିଜେପି ର ହାତ ଶୁନ୍ୟ ରହିଛି | ବିଜେଡ଼ି ସମର୍ଥିତ ସମିତି ସଭ୍ୟ ୮ ଟି ପଞ୍ଚାୟତ ହାତେଇ ଥିବା ବେଳେ କଂଗ୍ରେସ ୧୦ ଟି ଓ ଅନ୍ୟାନ୍ୟ ୨ ଟି ପଞ୍ଚାୟତ ହାତେଇ ଛନ୍ତି। ସେହିପରି ବିଜେପି ସମର୍ଥିତ ସରପଞ୍ଚ ୨ ଟି ଥିବା ବେଳେ କଂଗ୍ରେସ ସମର୍ଥିତ ୧୦ ଟି ଓ ବିଜେଡ଼ି ସମର୍ଥିତ ୮ ଟି ସରପଞ୍ଚ ହାତେଇ ଛନ୍ତି। ବାସୁଦେବପୁର ପଞ୍ଚାୟତ ସମିତି ଦଖଲ କୁ ନେଇଛନ୍ତି | ଅଧ୍ୟକ୍ଷ ପଦପାଇଁ କଂଗ୍ରେସ ଆଗୁଆ ଥିବା ବେଳେ ଆଜି ର ଗଣତି ର ଫଳ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଜଣା ପଡ଼ୁଛି। କଂଗ୍ରେସ କୁ ମାଜିକ୍ ନମ୍ବର ୯ ଟି ଦରକାର ଥିବା ବେଳେ ବିଜେଡ଼ି ଆଜି ର ଫଳ କୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି। ଅନ୍ୟ ପକ୍ଷରେ ସ୍ଵାଧୀନ ବିଜୟୀ ପ୍ରାର୍ଥୀ ପ୍ରମୁଖ ଭୂମିକା ନେଇ ପାରନ୍ତି ବୋଲି ସାଧାରଣ ରେ ଜୋରଦାର ଚର୍ଚ୍ଚା ହେଉଛି।

Leave A Reply

Your email address will not be published.